ସବୁ ଡିଗ୍ରି କଲେଜରେ ଏକକ ଛୁଟି ତାଲିକା, ଆସନ୍ତାବର୍ଷ ୭୨ ଦିନ ଛୁଟି

ଭୁବନେଶ୍ୱର,୧୬/୧୨: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ଡିଗ୍ରି କଲେଜରେ ଆସନ୍ତାବର୍ଷ ୨୦୨୩ରେ ୭୨ଟି ଛୁଟି ଦିବସ ରହିବ। ତେବେ ସମସ୍ତେ ଏହି ଏକକ ଛୁଟି ତାଲିକାକୁ ପାଳନ କରିବେ। ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାବର୍ଷ ରବିବାରକୁ ଛାଡ଼ିଦେଲେ ମୋଟ ୭୨ଟି ଛୁଟି ଦିବସ ରହିବ। ଏଥିସହି ଇଚ୍ଛାକୃତ ଛୁଟି ତାଲିକା ମଧ୍ୟ ପ୍ରକାଶ କରାଯାଇଛି । ୫ଟି ମଧ୍ୟରୁ ଗୋଟିଏ ଅପ୍ସନାଲ୍‌ ଛୁଟି କଲେଜର କର୍ମଚାରୀ ନେଇପାରିବେ। ତେବେ ସ୍ଥାନୀୟ ଛୁଟି ସମ୍ପର୍କରେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷମାନେ ଘୋଷଣା କରିପାରିବେ।

Comments are closed.