ବିଜେଡିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

0

ଭୁବନେଶ୍ବର, ୬।୧୧: ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେପ୍ରଦୀପଙ୍କ ସହିତ ତାଙ୍କର ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ଆସି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ନବରଙ୍ଗପୁର ସହରର ସର୍କିଟ୍ ହାଉସ ଆଗରେ ଥିବା ପଡ଼ିଆରେ ପ୍ରସ୍ତୁତ ମଞ୍ଚରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ଏଥିରେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ  ନବରଙ୍ଗପୁର ଜିଲ୍ଲାର ବିଧାୟକ ଓ ନେତାମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ

ବିଜେଡିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖି ପ୍ରଦୀପ ମାଝୀ କହିଛନ୍ତି, ‘ ବିଜେଡିରେ ମିଶିବା ସାମୂହିକ ନିଷ୍ପତ୍ତି ମୋ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ ପୂର୍ବରୁ ଲୋକଙ୍କ ପାଇଁ କାମ କରୁଥିଲି ଏବେବି କରିବି ଦଳ ପରିବର୍ତ୍ତନ ହୋଇଛି ହୃଦୟ ପରିବର୍ତ୍ତନ ହୋଇନି । ପୂର୍ବରୁ ଲୋକଙ୍କ ପାଇଁ ଯେଉଁ ସ୍ୱର ଉଠାଉଥିଲି ଏବେ ବି ତାହା ଜାରି ରହିବ ମୋ ହୃଦୟ କେବେ ବି ବଦଳିବନିକଂଗ୍ରେସରେ ରହିଲେ ମୁଁ ମୋ ଅଞ୍ଚଳ ବିକାଶ କରିପାରିବିନି ତେଣୁ ମୁଁ ବିଜେଡିରେ ଯୋଗ ଦେଇଛି କୋରାପୁଟର ବିକାଶ ପାଇଁ ସମସ୍ତ ପ୍ରକାର ବଳିଦାନ ଦେବାକୁ ମୁଁ ପ୍ରସ୍ତୁତ ଅଛି୮ରୁ ୯ ମାସ ହେବ ଆମେ ସ୍ଥିର କରିସାରିଥିଲୁ ବିଜେଡିରେ ମିଶିବୁ ବୋଲି ସେ କହିଛନ୍ତି। ଲୋକଙ୍କ ସ୍ୱର୍ଥରେ ଆଞ୍ଚ ଆସିଲେ ଏନେଇ ସରକାରଙ୍କୁ ଅବଗତ କରାଇବୁ । ଦଳରେ ମୋର କଣ ଭୂମିକା ରହିବ ସେନେଇ ସଭାପତି ନିଷ୍ପତ୍ତି ନେବେ । ବିଜେପିରେ ମିଶିବା ନେଇ ମତେ ଫୋନ ଆସିଥିଲା ହେଲେ ମୁଁ ବିଜେଡିରେ ମିଶିବାକୁ ପସନ୍ଦ କରିଥିଲି କାରଣ କଂଗ୍ରେସ ଓ ବିଜେଡିର ଆଦର୍ଶ ସମାନ ବୋଲି ସେ ମତ ରଖିଛନ୍ତି।

Leave A Reply

Your email address will not be published.