ତୁର୍କୀରେ ଜଣେ ଭାରତୀୟ ନିଖୋଜ, ୧୦ ଭାରତୀୟ ଫସି ରହିଛନ୍ତି : ଭାରତ ସରକାର

0

ନୂଆଦିଲ୍ଲୀ, ୮।୨: : ତୁର୍କୀକୁ କାମ କରିବାକୁ ଯାଇଥିବା ଜଣେ ଭାରତୀୟ ନିଖୋଜ ଅଛନ୍ତି । ୧୦ ଜଣ ଭାରତୀୟ ତୁର୍କୀର ବିଭିନ୍ନ ଅଂଚଳରେ ଫସି ରହିଛନ୍ତି, କିନ୍ତୁ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ସରକାର ବୁଧବାରଦିନ ସୂଚନା ଦେଇଛନ୍ତି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଅନ୍ତର୍ଗତ ଓ୍ବେଷ୍ଟ୍ ସଚିବ ( ପଶ୍ଚିମ ଏସିଆ ବ୍ୟାପାର ସଚିବ) ସଂଜୟ ବର୍ମାଙ୍କ ପକ୍ଷରୁ କୁହାଯାଇଛି ଯେ, ତୁର୍କୀର ଆଡାନାଠାରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଫସି ରହିଥିବା ୧୦ ଭାରତୀୟ ସୁରକ୍ଷିତ ଅଛନ୍ତି । କିନ୍ତୁ ନିଖୋଜ ହୋଇଥିବା ଭାରତୀୟ ବେଙ୍ଗାଲୁରୁସ୍ଥିତ ଏକ କମ୍ପାନିରେ କାମ କରନ୍ତି ଓ ସେ କମ୍ପାନି କାମରେ ତୁର୍କୀ ଯାଇଥିଲେ ।

ତୁର୍କୀରେ ପ୍ରାୟ ୩ ହଜାର ଭାରତୀୟ ଥିବାବେଳେ ସମସ୍ତଙ୍କ ସଂପର୍କରେ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଅନ୍ୟପକ୍ଷରେ ତୁର୍କୀରେ ହୋଇଥିବା ଭୂମିକମ୍ପରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ଭାରତ ସରକାର ଦୁଇଟି ଟିମ ପଠାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଏନଡିଆରଏଫ ଟିମ, ଭାରତୀୟ ସେନାର ଡାକ୍ତରୀ ଓ ଇଂଜିନିୟରିଂ ଟିମ। ସୂଚନାଯୋଗ୍ୟ ଯେ ଗତ ସୋମବାର ଭୋର ସମୟରେ ହୋଇଥିବା ବିନାଶକାରୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୧ ହଜାର ଟପିଯାଇଛି । ତେବେ ଅନେକ ସ୍ଥାନରେ ଏବେ ବି ଉଦ୍ଧାରକାରୀ ଦଳ ପହଞ୍ଚି ପାରିନଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.