ରାଜ୍ୟ ପୁଲିସ୍‌ ବାହିନୀରେ ୧୪ ଡିଏସ୍‌ପିଙ୍କ ବଦଳି

0

କଟକ, ୧୯/୦୧: ରାଜ୍ୟ ପୁଲିସ୍‌ ବାହିନୀରେ ଡିଏସ୍‌ପି ସ୍ତରରେ ଅଦଳ ବଦଳ କରାଯାଇଛି । ନିକଟରେ ଇନ୍ସପେକ୍ଟର ପାହ୍ୟାରୁ ଡିଏସ୍‌ପିକୁ ପଦୋନ୍ନତି ପାଇଥିବା ବିଶ୍ୱପ୍ରକାଶ ପଟ୍ଟନାୟକଙ୍କୁ ନୟାଗଡ଼ରୁ କଟକସ୍ଥିତ ଏଚ୍‌ଆର୍‌ପିସିକୁ ବଦଳି କରାଯାଇଛି । ରଜନୀକାନ୍ତ ମଲ୍ଲିକ୍‌ଙ୍କୁ ନୟାଗଡ଼ସ୍ଥିତ ପୁଲିସ୍‌ ଟ୍ରେନିଂ ସ୍କୁଲ୍‌ରେ ଡେପୁଟେସନ୍‌ରେ ରଖାଯାଇଥିବା ବେଳେ ପ୍ରଫୁଲ୍ଲ କୁମାର ସିଂଙ୍କୁ ଭଦ୍ରକରୁ କଟକସ୍ଥିତ ଏଚ୍‌ଆର୍‌ପିସି, ଆଲୋକ କୁମାର ଜେନାଙ୍କୁ ଭଦ୍ରକରୁ କେନ୍ଦୁଝର, ସ୍ନିଗଧା ଭଞ୍ଜଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖାରୁ ବିଜୁ ପଟ୍ଟନାୟକ ପୁଲିସ୍‌ ଷ୍ଟେଟ୍‌ ଏକାଡେମୀ, ଜୟଶ୍ରୀ ପ୍ରଧାନଙ୍କୁ କେନ୍ଦୁଝରରୁ ଭିଜିଲାନ୍ସ, ଡିଏସ୍‌ପି ସ୍ମୃତିରଞ୍ଜନ କରଙ୍କ ପୂର୍ବ ବଦଳି ଆଦେଶ ବାତିଲ୍‌ କରାଯାଇ କଟକ ଜିଲ୍ଲା ଆଇୟୁସିଏଡବ୍ଲୁ, ନିରଞ୍ଜନ ଶବରଙ୍କୁ କଟକରୁ ପୁରୀ, ଟି.ଗୁଡିଆଙ୍କୁ କଳାହାଣ୍ଡିରୁ ପୁରୀ, ସଚିନ୍‌ ପଟେଲଙ୍କୁ ପୁରୀରୁ ଏସ୍‌ଡିପିଓ ମାଲକାନଗିରି, ମନୋବ୍ରତ ଶତପଥୀ ପୁରୀରୁ ପିସିଆର ସେଲ୍‌ କୋରାପୁଟ, ରେଣୁକା ସୁନାଙ୍କୁ କୋରାପୁଟରୁ ସୋନପୁର, କୁମାରୀ ଜିଶାଙ୍କୁ ସୋନପୁରରୁ ଢେଙ୍କାନାଳ ବଦଳି କରାଯାଇଛି । ନିକଟରେ କଳହାଣ୍ଡି ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି ହୋଇଯାଇଥିବା ଅଜୟ କୁମାର ଦାସଙ୍କୁ ଉକ୍ତ ଜିଲ୍ଲା ପୁଲିସ୍‌ର ଆଇୟୁସିଏଡବ୍ଲୁକୁ ବଦଳି କରାଯାଇଛି।

Leave A Reply

Your email address will not be published.