ଶପଥ ନେଲେ ୩ ନୂଆ ମନ୍ତ୍ରୀ, ବିକ୍ରମ କେଶରୀ ଆରୁଖ ହେଲେ ଅର୍ଥମନ୍ତ୍ରୀ

0

ଭୁବନେଶ୍ୱର, ୨୨।୦୫: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ବଣ୍ଟାଗଲା ବିଭାଗ । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ, ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦିଆଯାଇଥିବା ବେଳେ ସୁଦାମ ମାରାଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାବ୍ୟତୀତ ଅନ୍ୟ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ଅଦବଦଳ ହୋଇଥିବା ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ଲୋକସେବା ଭବନର କନଭେନସନ ହଲରେ ଏହି ୩ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ୩ ନୂଆ ମନ୍ତ୍ରୀଙ୍କ ସମେତ ରାଜ୍ୟ କ୍ୟାବିନେଟରେ ମୋଟ ୨୧ଜଣ ସଦସ୍ୟ ରହିଥିବାବେଳେ ସେଥିରେ ୧୫ଜଣ କ୍ୟାବିନେଟ୍ ପାହ୍ୟା  ଓ ୬ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା(ସ୍ୱାଧୀନ) ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇଲେ ମୋଟ ମନ୍ତ୍ରିମଣ୍ଡଳ ସଦସ୍ୟ ସଂଖ୍ୟା ୨୨ରେ ପହଞ୍ଚିଛି ।

Leave A Reply

Your email address will not be published.