ଲୌହଦାନବ କରମଣ୍ଡଳ ୩୦୧ ଜଣଙ୍କ ମୁଣ୍ଡ ନେଲାଣି

0

ବାଲେଶ୍ବର, ୩/୬: ବାଲେଶ୍ବର ଜିଲ୍ଲାର ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ରାତି ସାଢ଼େ ୮ଟାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଯାବତ ଏହି ଭୟାବହ ଦୁର୍ଘଟଣାରେ ୩୦୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୩ ଜଣ ଲୋକଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। ଆହତ ୮୦୩ ଜଣଙ୍କ ମଧ୍ୟରେ ୫୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୭୪୭ ଜଣ ଆହତ ଅବସ୍ଥାରେ ଅଛନ୍ତି।

ଆହତ ଯାତ୍ରୀମାନଙ୍କୁ ଗୋପାଳପୁର, ଖନ୍ତାପଡ଼ା, ବାଲେଶ୍ବର, ଭଦ୍ରକ, ସୋର ଓ କଟକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରାହ୍ନ ୨ଟା ସୁଦ୍ଧା ଏତିକି ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମୃତାହତଙ୍କ ସମ୍ପର୍କୀୟଙ୍କୁ ନେଇ ଆଜି ଚେନ୍ନାଇରୁ ଭଦ୍ରକ ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ ବାହାରିଛି। ଏହି ଟ୍ରେନର ନମ୍ବର ହେଉଛି ୦୨୮୪୦। ଏହି ଟ୍ରେନଟି ଆଜି ସନ୍ଧ୍ୟା ୭ଟା ୨୦ ମିନିଟରେ ଚେନ୍ନାଇରୁ ଛାଡ଼ିଛି। ଚେନ୍ନାଇ ଷ୍ଟେସନରୁ ପାସ ସଂଗ୍ରହ କରି ସମ୍ପର୍କୀୟ ଭଦ୍ରକ ଯାଏଁ ଆସିପାରିବେ। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପରିଜନଙ୍କୁ ଭେଟିବା ପାଇ ସମ୍ପର୍କୀୟମାନଙ୍କ ପାଇଁ ଏହି ଟ୍ରେନ୍‌ ବାହାରିଛି।

Leave A Reply

Your email address will not be published.