୬ ବରିଷ୍ଠ ଅଧିକାରୀଙ୍କୁ ଏସ୍ପି ପାହ୍ୟାକୁ ପଦୋନ୍ନତି

0

ଭୁବନେଶ୍ୱର, ୨।୮: ରାଜ୍ୟ ସରକାର ଆଜି ଓଡ଼ିଶା ପୁଲିସ ସେବାର ୬ଜଣ ବରିଷ୍ଠ ଅଫିସ୍‌ରଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ଦେବା ସହ ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାସହିତ ଭୁବନେଶ୍ୱର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଓ କମିଶନରେଟ ପୁଲିସର ଡିସିପି କ୍ରାଇମ ଏସପିଙ୍କୁ ମଧ୍ୟ ବଦଳି କରିଛନ୍ତି।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଆଇପିଏସ୍ ପ୍ରହଲ୍ଲାଦ ସହାୟ ମୀନାଙ୍କୁ ବୌଦ୍ଧ ଜିଲ୍ଲା ପୁଲିସ ଏସପି ଭାବେ ବଦଳି କରାଯାଇଛି। ସେହିପରି କମିଶନରେଟ ପୁଲିସର ଡିସିପି କ୍ରାଇମ ଓପିଏସ୍ ପ୍ରମୋଦ କୁମାର ରଥଙ୍କୁ ଦେବଗଡ଼ ଜିଲ୍ଲା ପୁଲିସ ଏସପି ଭାବେ ଅବସ୍ଥାପିତ କରାଯାଇଛି। ସ୍ପେଶାଲ ବ୍ରାଂଚ ଏସପି ଚିତରଞ୍ଜନ ସାମନ୍ତଙ୍କୁ ଭୁବନେଶ୍ୱରସ୍ଥିତ କମ୍ପ୍ୟୁଟର ଏସପି ଭାବେ ବଦଳି ହୋଇଛି। ସେହିପରି ଏସପି ପାହ୍ୟାକୁ ପଦୋନ୍ନତି ପରେ ଓପିଏସ୍ ସୁଦାମ ଚରଣ ସାହୁଙ୍କୁ ପୁଲିସ କମିଶନରେଟରେ ଡିସିପି କ୍ରାଇମ , ଓପିଏସ୍ ସୟେଦ ମୁଜିବର ରହମାନଙ୍କୁ କଟକସ୍ଥିତ ଏସପି ସିଗନାଲ, ଓପିଏସ୍ କିଶୋର କୁମାର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଏସଟିଏଫ୍ ଏସପି ଓ ଓପିଏସ୍ ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଂଚ ଏସପି ଭାବେ ବଦଳି କରାଯାଇଛି।

ସେହିପରି ମାଧୁରୀ ସାମଲ ଓ ସୁନୀଲ କୁମାର ଆଚାର୍ଯ୍ୟଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ମିଳିଥିଲେ ମଧ୍ୟ ସେମାନଙ୍କୁ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି। ଶ୍ରୀମତୀ ସାମଲ ଏବେ କଟକସ୍ଥିତ କ୍ରାଇମବ୍ରାଂଚରେ ଏସପି ଓ ଶ୍ରୀ ଆଚାର୍ଯ୍ୟ କଟକ ରେଳବାଇ ପୁଲିସ ଏସପି ଭାବେ ଦାୟିତ୍ୱ ତୁଲାଉଛନ୍ତି।

Leave A Reply

Your email address will not be published.