୮୧ ଡାକ୍ତରଙ୍କ ନିଯୁକ୍ତିକୁ ମିଳିଲା ଅନୁମୋଦନ

0

ଭୁବନେଶ୍ବର, ୨୪।୧୧: ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲିଥିବା ଓଡ଼ିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍‌ଏଚ୍‌ଏସ୍‌) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବି ପୂରଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଓଡ଼ିଶା ରାଜ୍ୟ ପବ୍ଲିକ୍‌ ସର୍ଭିସ କମିସନଙ୍କ ମାଧ୍ୟମରେ ୮୧ଟି ପଦବି ନିମନ୍ତେ ଡାକ୍ତରମାନଙ୍କୁ ଚୟନ କରାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଥିବା ଖାଲି ପଦ ସଂପର୍କରେ ସୂଚିତ କରିଛନ୍ତି ନୂଆ କରି ନିଯୁକ୍ତି ପାଇବାକୁ ଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୮୧ଟି ପଦବିରୁ ଅନୁସୂଚିତ ଜାତି ପାଇଁ ୪୭ଟି ଓ ଅନୁସୂଚିତ ଜନଜାତି ପାଇଁ ୩୪ଟି ପଦବି ସଂରକ୍ଷିତ।  ଓପିଏସ୍‌ସି ଦ୍ବାରା ପ୍ରାର୍ଥୀ କୃତକାର୍ଯ୍ୟ ହୋଇସାରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିୟମ ଅନୁସାରେ ପ୍ରାର୍ଥୀ ମାନେ ଇ-କାଉନସେଲିଂରେ ଯୋଗ ଦେଇଥିଲେ ଏହି ଅଧାରରେ ମେଡିକାଲ ଅଫିସରମାନଙ୍କୁ ନିଯୁକ୍ତି ଦିଆଯିବ ଏଥିପାଇଁ ସଂପୃକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହିଫଳରେ ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ହେବା ସହ ରୋଗୀ ସେବା କ୍ଷେତ୍ରରେ ଉନ୍ନତି ଆସିପାରିବ

Leave A Reply

Your email address will not be published.