୨୦୨୩ ସୁଦ୍ଧା ୯ ଟିଚିଂ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ମେଡିକାଲ କଲେଜ ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

0

ଭୁବନେଶ୍ୱର,୦୨/୦୧: ନୂଆ ବର୍ଷରେ ନୂଆ ଭେଟି । ୯ ମେଡିକାଲ କଲେଜରେ ଟିଚିଂ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ସ୍ୱାସ୍ଥ୍ୟ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି । ୨୦୨୩ ମସିହା ସୁଦ୍ଧା ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ଅଣ୍ଟା ଭିଡ଼ିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତ ୯ ମେଡିକାଲ କଲେଜ ଅଧୀକ୍ଷକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀମତୀ ପଣ୍ଡିତ କହିଛନ୍ତି, ୯ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେବ ଟିଚିଂ ହସ୍ପିଟାଲ । ୯ଟି ସରକାରୀ ହସ୍ପିଟାଲର କାମ ସମୟ ସୀମା ଧାର୍ଯ୍ୟ ହୋଇଛି । କାମ ସରିବାର ମାସକ ମଧ୍ୟରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଆବଶ୍ୟକୀୟ ସରଞ୍ଜାମ ତାଲିକା ପ୍ରସ୍ତୁତ କରିବାକୁ ଚିଠିରେ କୁହାଯାଇଛି । ଜାନୁଆରୀ ୨୦୨୩ ସୁଦ୍ଧା କେନ୍ଦୁଝର ଟିଚିଂ ହସ୍ପିଟାଲ କାମ ଶେଷ ହେବ । ଜୁନ୍‌ ୨୦୨୩ ସୁଦ୍ଧା ବାଲେଶ୍ୱର, ବାରିପଦା, ବଲାଙ୍ଗିର ହସ୍ପିଟାଲ କାମ ମଧ୍ୟ ସରିବ । ଜୁଲାଇ ସୁଦ୍ଧା ଯାଜପୁର ଓ ପୁରୀ, ଅଗଷ୍ଟ ୨୦୨୩ ସୁଦ୍ଧା ସରିବ କୋରାପୁଟ, ଫୁଲବାଣୀ ହସ୍ପିଟାଲ କାମ । ୨୦୨୩ ଶେଷ ସୁଦ୍ଧା ଭବାନୀପାଟଣା ଟିଚିଂ ହସ୍ପିଟାଲ କାମ ସାରିବାକୁ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.