ପୁଣି ୬ ଦିନ ବଢ଼ିଲା ଦିଲ୍ଲୀର ଲକ୍‌ଡାଉନ୍‌ ଅବଦ୍ଧି; ମେ’ ୩ ଯାଏ ବଳବତ୍ତର

0

ନୂଆଦିଲ୍ଲୀ, ୨୫।୪: ରାଜଧାନୀ ଦିଲ୍ଲାରେ ପୁଣି ବଢ଼ିଛି ଲକ୍‌ଡାଉନ୍‌ ଅବଧି। କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଲକଡାଉନ୍‌ ଅବଧିକୁ ଆଉ ୬ ଦିନ ପାଇଁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ଘୋଷଣା କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ୩ ତାରିଖ ସକାଳ ୫ଟା ଯାଏ ଲକଡାଉନ୍‌ ଅବଧିକୁ ବଢ଼ାଇଛନ୍ତି ଦିଲ୍ଲୀ ସରକାର।

ଆଗରୁ ଏପ୍ରିଲ ୧୯ ତାରିଖ ରାତି ୧୦ଟାରୁ ଦିଲ୍ଲୀରେ ଲକଡାଉନ୍ ଲାଗୁ ହୋଇଥିଲା। ଯାହାର ଅବଦ୍ଧି ଏପ୍ରିଲ ୨୬ ତାରିଖ ସକାଳ ୫ଟାରେ ଶେଷ ହେବାକୁ ଯାଉଛି। ତେବେ ଲକଡାଉନ୍‌ ଅବଧି ସରିବା ପୂର୍ବରୁ  ରବିବାର କେଜ୍ରିୱାଲ ସରକାର ଏଥିରେ ବୃଦ୍ଧି କରିଛନ୍ତି।

ସୂଚନା ମୁତାବକ, ଦିଲ୍ଲୀରେ ବର୍ତ୍ତମାନ କରୋନା ପଜିଟିଭ ରେଟ୍ ୩୨ ପ୍ରତିଶତ ଉପରେ ରହିଛି । ଏହାସହ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଓ ବେଡ୍ ସଙ୍କଟ ଦେଖାଦେଇଛି । ଏହାକୁ ନଜରରେ ରଖି ସରକାର ଲକଡାଉନ୍ ବଢାଇବାକୁ ଚିନ୍ତା କରୁଥିଲେ। କାରଣ ଲକଡାଉନ୍ ଛଡା ସଂକ୍ରମଣ ରୋକିବାକୁ  ସରକାରଙ୍କ ହାତରେ ଅନ୍ୟ କୌଣସି ବିକଳ୍ପ ନାହିଁ ।

 

Leave A Reply

Your email address will not be published.