ପେଟ୍ରୋଲ ଉପରୁ ୫ ଓ ଡିଜେଲରୁ ୧୦ ଟଙ୍କା ହ୍ରାସ ପାଇଲା ଉତ୍ପାଦ ଶୁଳ୍କ

0

ନୂଆଦିଲ୍ଲୀ, ୩।୧୧: ଦୀପାବଳିର ଦିନକ ପୂର୍ବରୁ ଭାରତ ସରକାର ଲୋକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଉତ୍ପାଦ ଶୁଳ୍କ ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ହ୍ରାସ କରାଯାଇଛି। ଏହା ଫଳରେ ଦେଶରେ ତେଲଦର ଶସ୍ତା ହେବ। ଏହି ଦର ମଧ୍ୟରାତ୍ରିରୁ ଲାଗୁ ହେବ। ଗତ କିଛି ମାସ ଧରି ନିୟମିତ ଭାବେ ତେଲ ଦର ବଢ଼ିବା କାରଣରୁ ସାଧାରଣ ଖାଉଟି ବେଶ ଚିନ୍ତାରେ ଥିଲେ। ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ବଜେଟ ବିଗିଡ଼ି ଯାଇଥିଲା। ରେକର୍ଡ ତେଲ ଦରକୁ ନେଇ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରୁଥିଲେ। ସାଧାରଣ ଲୋକଙ୍କ ଅସନ୍ତୋଷର ପ୍ରତିଫଳନ ନିକଟରେ ବିଭିନ୍ନ ରାଜ୍ୟରେ ସମାପ୍ତ ଉପନିର୍ବାଚନରେ ଦେଖିବାକୁ ମିଳିଥିଲା। ବୁଧବାର ଦିନ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୨୧ ପଇସା ଓ ଡିଜେଲ ଲିଟର ପିଛା ୧୮ ପଇସା ବଢ଼ାଇଥିଲେ। ଏହି ବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ ୧୧୧ ଟଙ୍କା ୨୫ ପଇସା ଓ ଡିଜେଲ ୧୦୭ ଟଙ୍କା ୫୭ ପଇସାରେ ବିକ୍ରି ହେଉଛି। ଡିଜେଲ ଉପରୁ ୧୦ ଟଙ୍କା ଶୁଳ୍କ କମିବା ପରେ ଦର ୧୦୦ ତଳକୁ ଖସିବାର ସମ୍ଭାବନା ରହିଛି। ପେଟ୍ରୋଲ ୫ ଟଙ୍କା କମିଲେ ବି ଦର ୧୦୦ ଉପରେ ରହିବାର ସମ୍ଭାବନା ରହିଛି।

Leave A Reply

Your email address will not be published.