ପ୍ରଫେସର ସଂଘମିତ୍ରା ମିଶ୍ର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ୍

0

ଭୁବନେଶ୍ୱର, ୩୧/୦୫ : ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ୍ ହେବେ ପ୍ରଫେସର (ଡା) ସଂଘମିତ୍ରା ମିଶ୍ର । ପ୍ରଫେସର ମିଶ୍ର ବୁଧବାର ଦାୟିତ୍ୱ ଗ୍ରହଣ କରିବେ । ସମ୍ ହସ୍ପିଟାଲର କ୍ରିଟିକାଲ କେୟାର ମେଡିସିନ ବିଭାଗର ପ୍ରଫେସର ଓ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ପ୍ରଫେସର (ଡା) ମିଶ୍ର ବର୍ତ୍ତମାନ ଡିନ ଥିବା ପ୍ରଫେସର (ଡା) ଗଙ୍ଗାଧର ସାହୁଙ୍କ ସ୍ଥାନରେ ଯୋଗ ଦେବେ ।

ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର (ଡା) ସାହୁ ମଙ୍ଗଳବାର ତାଙ୍କ ଦାୟିତ୍ୱରୁ ଅବସର ନେଉଛନ୍ତି । ସେ ୨୦୧୬ ରୁ ଏହି ମେଡିକାଲ କଲେଜରେ ଡିନ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବୁର୍ଲାସ୍ଥିତ ଭିଏସଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ସେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ଯୋଗ ଦେଇଥିଲେ । ଡାକ୍ତରୀ ପେଶା ସହିତ ସାହିତ୍ୟରେ ରୁଚି ରଖୁଥିବା ଛାତ୍ରବତ୍ସଳ ପ୍ରଫେସର ସାହୁଙ୍କର ଆଇଏମଏସରେ ଯୋଗଦାନ ପରେ ଛାତ୍ର ଏବଂ ଶିକ୍ଷକମାନଙ୍କ ସମ୍ପର୍କ ଅଧିକ ଦୃଢ଼ିଭୂତ ହୋଇଥିଲା । ମଙ୍ଗଳବାର ଆଇଏମଏସ ପରିସରରେ ପ୍ରଫେସର ସାହୁଙ୍କୁ ଏକ ଆବେଗପୂର୍ଣ୍ଣ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

Leave A Reply

Your email address will not be published.