ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ପାଇଖାନା ଟାଙ୍କିରୁ ମିଳିଲା ଗୋପାଳଙ୍କ ହାତଲେଖା କାଗଜ

0

ଭୁବନେଶ୍ବର,୨।୨: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ସୁରାକ ଲାଗିଛି। ଝାରସୁଗୁଡା ଏୟାରପୋର୍ଟ ଥାନା  ପାଇଖାନା ଟାଙ୍କିରୁ ଗୋପାଳ ହାତଲେଖା  ଗୁରୁତ୍ବପୂର୍ଣ୍ଣ କାଗଜ କ୍ରାଇମ୍ରବାଞ୍ଚ ହାତରେ ଳାଗିଛି।  ବୁଧବାର  ରାତିରୁ ବିମାନବନ୍ଦର ଥାନାର ପାଇଖାନା ଖୋଳା ଚାଲିଥିବା ବେଳେ ଗୁରୁବାର ଅଭିଯୁକ୍ତ ଗୋପାଳ ଦାଶର ହାତ ଲେଖା ଚିଠିର କିଛି ଅଂଶ ଉଦ୍ଧାର କରିଛି କ୍ରାଇମବ୍ରାଞ୍ଚ।   କାଗଜରେ ନାଲି ଅକ୍ଷରରେ ଲେଖାଯାଇଛି। ଖଣ୍ଡ ଖଣ୍ଡ କାଗଜକୁ ଯୋଡି ସାଇଣ୍ଟିଫିକ ଲ୍ୟାବରେ ସଠିକ ତଥ୍ୟ ବାହାରିବ। ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରା ସୂଚନା ଦେଇଛନ୍ତି। ଜବତ କାଗଜରେ ନବଙ୍କ ହତ୍ୟା ରହସ୍ୟର ପ୍ରମାଣ ଲୁଚି ରହିଥିବା କୁହାଯାଉଛି । ନବଙ୍କୁ ହତ୍ୟା ପଛର ସମସ୍ତ ପ୍ରମାଣକୁ  ନଷ୍ଟ କରି ଦେବା ଲାଗି ଗୋପାଳ ଦାସ ଉଦ୍ୟମ କରିଥିଲେ।  ହେଲେ ସେଥିରେ ସଫଳ ହୋଇପାରିନାହାନ୍ତି। ବୁଧବାର  ଗୋପାଳଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ତନାଘନା ଜେରା କରିବା ପରେ ଗୋପାଳ ନିଜେ ଏ ସଂପର୍କରେ ସୂଚନା ଦେଇଥିଲେ।

ରବିବାର ମନ୍ତ୍ରୀଙ୍କୁ ଗୁଳୁମାଡ଼ କରିବା ପରେ   ଏଏସ୍ ଆଇ ଗୋପାଳ ଦାସଙ୍କୁ  ପୋଲିସ କାବୁ  କରି ଝାରସୁଗୁଡ଼ା ବିମାନ ବନ୍ଦର ଥାନାରେ ଆଣି ଅଟକ ରଖିଥିଲା। କ୍ରାଇମବ୍ରାଞ୍ଚ ଆସି ପହଞ୍ଚିବା ପର୍ଯ୍ୟନ୍ତ ସେ ଦୀର୍ଘ ସମୟ ଧରି ସେଠାରେ ଥିଲେ। ସେହି ସମୟ ସୁଯୋଗ ନେଇ ସେ ସମସ୍ତ ପ୍ରମାଣ ପତ୍ର  ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ। ବିମାନବନ୍ଦର ଥାନାରେ ସେ ପରିସ୍ରା କରିବାକୁ ଯିବା ବାହାନା କରି ବାଥ୍ ରୁମ୍ ଯାଇଥିଲେ। ସେ ଲୁଚାଇ ରଖିଥିବା ସବୁ ଜାଗଜପତ୍ରକୁ ପାଇଖାନାରେ ପୁରାଇ ଫ୍ଲସ୍ ଚିପି ଦେଇଥିଲେ।   କ୍ରାଇମବ୍ରାଞ୍ଚ ଜେରା ସମୟରେ ବୁଧବାର ରାତିରେ ଗୋପାଳ ସମସ୍ତ କଥା କହିଥିଲେ। ଏହା ପରେ କ୍ରାଇମବ୍ରାଞ୍ଚ ଏସବୁ ପାଇଁ ପ୍ରକ୍ରିୟା ଆରମ୍ଭ  କରିଥିଲା। ଝାରସୁଗୁଡା ବିମାନବନ୍ଦର ଥାନାକୁ ଚାରିପଟୁ ବନ୍ଦ କରି ରାତିଅଧିଆ ପାଇଖାନା ଟାଙ୍କି ଖୋଳିଥିଲା।

 

Leave A Reply

Your email address will not be published.