ରାଜସ୍ଥାନରେ ହେବ ୧୯ ନୂଆ ଜିଲ୍ଲା, ନିର୍ବାଚନ ପୂର୍ବରୁ ଗେହଲଟ୍ ସରକାରଙ୍କ ବଡ଼ ଘୋଷଣା

0

ଜୟପୁର, ୧୭।୩ : ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣା ରାଜ୍ୟରେ ନିର୍ବାଚନୀ ସମୀକରଣକୁ ବଦଳାଇଦେଇପାରେ। ରାଜ୍ୟରେ ୧୯ଟି ନୂଆ ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ରାଜସ୍ଥାନରେ ୩୩ଟି ଜିଲ୍ଲା ଥିଲା, କିନ୍ତୁ ଏହି ଘୋଷଣା ପରେ ଏବେ ଜିଲ୍ଲା ସଂଖ୍ୟା ୫୨କୁ ବୃଦ୍ଧି ପାଇବ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୯ଟି ନୂଆ ଜିଲ୍ଲା ମଧ୍ୟରେ ଅନୁପଗଡ଼, ବାଲୋତ୍ରା, ବେୱାର, ଦିଗ, ଡୁଡୁ, ଜୟପୁର ଉତ୍ତର, ଜୟପୁର ଦକ୍ଷିଣ, ଯୋଧପୁର ପୂର୍ବ, ଯୋଧପୁର ପଶ୍ଚିମ, ଗଙ୍ଗାପୁର ସିଟି, କେକ୍ରି, କୋଟପୁଟଲି, ଖଇରତାଲ, ବେହରୋର, ନିମକାଥାନା, ସାନଚୋର, ଫାଲୋଡି, ସାଲୁମ୍ବର, ଶାହପୁରା ରହିଛି। ବିଧାନସଭାରେ ଏହା ଘୋଷଣା କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ ରାଜ୍ୟରେ କିଛି ନୂଆ ଜିଲ୍ଲା ଗଠନ ପାଇଁ ଆମେ ଦୀର୍ଘ ଦିନ ଧରି ଲୋକମାନେ ଦାବି କରିଆସୁଥିଲେ । ଏହି ପ୍ରସ୍ତାବଗୁଡ଼ିକର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା ଏବଂ ଆମେ ଚୂଡ଼ାନ୍ତ ରିପୋର୍ଟ ପାଇଛୁ। ରିପୋର୍ଟ ଆସିବା ପରେ ରାଜ୍ୟରେ ନୂଆ ଜିଲ୍ଲା ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପରେ ରାଜସ୍ଥାନରେ ୫୨ଟି ଜିଲ୍ଲା ଓ ୧୦ଟି ଡିଭିଜନ ରହିବ।

 

Leave A Reply

Your email address will not be published.