ବାତ୍ୟା ପାଇଁ ଓଡିଶା ଗସ୍ତ ବାତିଲ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର ୧୪/୬: ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି। ବାତ୍ୟା ‘ବିପର୍ଯ୍ୟୟ’ ପାଇଁ ଗସ୍ତ ବାତିଲ କରିଛନ୍ତି ଅମିତ ଶାହ। ଆସନ୍ତା ଜୁନ ୧୭ଦିନ ଶାହଙ୍କର ଓଡ଼ିଶା ଆସିବାର ଯୋଜନା ଥିଲା। କିନ୍ତୁ ଗସ୍ତର ଦୁଇ ଦିନ ପୂର୍ବରୁ ଏହାକୁ ବାତିଲ କରି ଦିଆଯାଇଛି। ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ଶୁକ୍ରବାର ଗୁଜୁରାଟରେ ସ୍ଥଳ ଭାଗ ଛୁଇଁବାକୁ ଥିବାବେଳେ ଏହାର ସମୀକ୍ଷା କରୁଛନ୍ତି ଗୃହମନ୍ତ୍ରୀ। ତେଣୁ ଜୁନ ୧୭ ଓଡ଼ିଶା ଗସ୍ତ ସମ୍ଭବ ହେବ ନାହିଁ ବୋଲି ଜଣାପଡ଼ିଛି। ତେବେ ଶାହଙ୍କ ଓଡ଼ିଶା ଗସ୍ତ ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରାଯିବା ନେଇ ସୂଚନା ମିଳିଛି।

ସୂଚନା ଯେ, ସମ୍ଭାବ୍ୟ ବାତ୍ୟା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଗୁଜରାଟରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ସେଠାରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ସାଂସଦ, ବିଭାଗୀୟ ମନ୍ତ୍ରୀ ଓ ବିଧାୟକଙ୍କ ସହିତ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି । ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲା ଉପରେ ଅଧିକ ଫୋକସ୍‌ ଦେବାକୁ ଅଧିକାରୀଙ୍କ ସହିତ ଆଲେଚନା କରିଛନ୍ତି ।

 

Comments are closed.