୬୭ ଜଣ ପୋଲିସ ଅଧିକାରୀଙ୍କୁ ସାହସିକତା ପଦକ ପ୍ରଦାନ

ଭୁବନେଶ୍ବର, ୧୬।୯: ଲୋକସେବା ଭବନସ୍ଥିତ କନଭେନସନ ହଲଠାରେ ପୋଲିସ କର୍ମଚାରୀଙ୍କୁ ସାହିସିକତା ପଦକ ପ୍ରଦାନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୬୭ ଜଣ ପୋଲିସ ଅଧିକାରୀଙ୍କୁ ଏହି ପଦକ ପ୍ରଦାନ କରିଛନ୍ତ। ୨୦୨୧ ସ୍ବାଧୀନତା ଦିବସ ଅବସରରେ ସାହସିକତା  ପୋଲିସ ପଦକ ନିମନ୍ତେ ପୋଲିସ କର୍ମଚାରୀମାନେ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୯-୨୦ ମସିହାରେ କୋରାପୁଟ, କଳାହାଣ୍ଡି, କନ୍ଧମାଳ ଏବଂ ମାଲକାନଗିରି ଜିଲ୍ଲାରେ ୯ ଟି ଘଟଣାରେ ମାଓଦମନ ଅଭିଯାନର  ଉଚ୍ଚକୋଟୀର ସାହସିକତା ପ୍ରଦର୍ଶନ କରିଥିବା ଯୋଗୁ ସେମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

ସେହିପରି ୨୦୨୧ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଦ୍ବାରା ଯୋଗ୍ୟ ବିବେଚିତ ଆର.କେ.ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ମୁଖ୍ୟାଳୟ) ଓ ବୁଦ୍ଧି ବାହାଦୁର ଥାପ୍ପାଙ୍କୁ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଏଥିସହ ଏସ. ପ୍ରବୀଣ କୁମାର ଆଇଜିପି(କାର୍ମିକ) ସମେତ ଅନ୍ୟ ୧୦ ଜଣ ପୋଲିସ ଅଧିକାରୀ/କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି।  ପୋଲିସ ବିଭାଗର ମୋଟ ୮୦ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି।

Comments are closed.