ଆଉଟଲୁକ୍ ଏଗ୍ରି-ଟେକ୍ ସମ୍ମିଟ୍‌ରେ ସୋଆ କୃଷି ମହାବିଦ୍ୟାଳୟ ସମ୍ମାନିତ

ଭୁବନେଶ୍ୱର, ୧୧/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)କୁ ଗତ ରବିବାର ଦିନ ନୁଆଦିଲ୍ଲୀ ଠାରେ ‘ଆଉଟ୍‌ଲୁକ୍ ଏଗ୍ରି-ଟେକ୍ ସମ୍ମିଟ୍‌’ରେ ସମ୍ମାନଜନକ ‘ଆଉଟଷ୍ଟାଣ୍ଡିଂ ଏଗ୍ରିକଲ୍‌ଚର ଇନ୍‌ଷ୍ଟିଚ୍ୟୁଟ୍ / ୟୁନିଭର୍ସିଟି’ ସମ୍ମାନରେ ସମ୍ମାନିତ କରାଯାଇଛି ।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଦେବେଶ ଚତୁର୍ବେଦୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

କୃଷି ଶିକ୍ଷା, ଗବେଷଣା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଉଚ୍ଚକୋଟୀର ସଫଳତା ନିମନ୍ତେ ଆଇଏଏସ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମର ପ୍ରସଙ୍ଗ ଥିଲା ‘ଫ୍ୟୁଚର ଅଫ୍ ଫାର୍ମିଙ୍ଗ୍‌: ସୋଇଙ୍ଗ୍ ସିଡ୍‌ସ ଅଫ୍ ଚେଞ୍ଜ’। ଏହି ଅବସରରେ ପ୍ରଫେସର ରାଉତ କହିଛନ୍ତି ଯେ ଏହି ସମ୍ମାନ କୃଷି ମହାବିଦ୍ୟାଳୟ ପାଇଁ ଏକ ଉଲ୍ଲେଖନୀୟ ମାଇଲଖୁଂଟ।

ପୁରସ୍କାର ଗ୍ରହଣ କରିବା ପରେ ବୁଧବାର ପ୍ରଫେସର ରାଉତ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ଏହି ସମ୍ମାନ ନେଇ ପ୍ରଫେସର ନାୟକ କୃଷି ମହାବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଆଇଏଏସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ଅଂଶୁମାନ ଜେନା ଓ ଡକ୍ଟର ଶୁଭପ୍ରଦ ଦାଶ ଉପସ୍ଥିତ ଥିଲେ।

Comments are closed.