ଆସନ୍ତାକାଲି ସବୁ ସରକାରୀ ଅଫିସ ବନ୍ଦ

0

ଭୁବନେଶ୍ୱର, ୭।୧୨: ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଫିସ୍ବନ୍ଦ ରହିବ। ଭାରତ ବନ୍ଦ ପରିପ୍ରେକ୍ଷୀରେ ଆଜି ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଉଲ୍ଲେଖନୀୟ, କରୋନା ମାହାମାରୀର ପ୍ରକୋପ ସଂପୂର୍ଣ୍ଣ ଭାବେ ପ୍ରସମିତ ହୋଇନଥିବା ସାଧାରଣ ପରିବହନ ବ୍ୟବସ୍ଥା ସ୍ୱାଭାବିକ ଅବସ୍ଥାକୁ ଫେରିନଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁଁ ଗମନାଗମନ ପରିବହନ  ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର  ସମ୍ଭାବନା ରହିଛି ଏହା କରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। 

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଲଗାତାର କୃଷକଙ୍କ ବିକ୍ଷୋଭ ପ୍ରଦର୍ଶନ ବଢ଼ିବାରେ ଲାଗିଛି। ଶନିବାର କେନ୍ଦ୍ର ସରକାର କୃଷକଙ୍କ ଭିତରେ ୫ମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ତେବେ କୃଷକମାନେ ଆଲୋଚନା ପୂର୍ବରୁ ଡିସେମ୍ବରରେ ଭାରତ ବନ୍ଦ କରିବାର ଘୋଷଣା କରିଛନ୍ତି। ଏବେ କୃଷକଙ୍କ ଭାରତ ବନ୍ଦକୁ କଂଗ୍ରେସ ଅନ୍ୟ ଦଳ ପକ୍ଷରୁ ସମର୍ଥନ କରାଯାଇଛି। କଂଗ୍ରେସ ମୁଖପାତ୍ର ପୱନ ଖେଡା କହିଛନ୍ତି, କଂଗ୍ରେସ ଡିସେମ୍ବରରେ ଭାରତ ବନ୍ଦକୁ ସମର୍ଥନ କରିବାର ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.