ଅସୁସ୍ଥ ହୋଇ ହସ୍‌ପିଟାଲରେ ଭର୍ତି ହେଲେ ଆନ୍ନା ହଜାରେ

0

ନୂଆଦିଲ୍ଲୀ ୨୫/୧୧: ସମାଜସେବୀ ଆନ୍ନା ହଜାରେଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ପୁଣେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ସୂଚନା ଅନୁସାରେ ତାଙ୍କୁ ଏଞ୍ଜିୟୋଗ୍ରାଫି ହୋଇଥିଲା ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ କହିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆନ୍ନା ହଜାରଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ନେଇଥିଲେ ଉଦ୍ଧବ ଠାକରେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରକାଶଯୋଗ୍ୟ, ୮୪ ବର୍ଷୀୟ ଆନ୍ନା ହଜାରେ ସାମାଜିକ କର୍ମୀସେ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହନ ଦେବା, ସରକାରୀ ପାରଦର୍ଶିତା ବୃଦ୍ଧି କରିବା ଦୁର୍ନୀତି ବିରୋଧୀ ଅଭିଯାନର ନେତୃତ୍ୱ ନେଇଛନ୍ତି ଆନ୍ନା ହଜାରେଙ୍କୁ ୧୯୯୨ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା

Leave A Reply

Your email address will not be published.