ଆଠଗଡ଼ ହକରଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଆଠଗଡ଼, ୧୭।୫: ଦୈନିକ ଖବରକାଗଜ ବିତରଣରେ ହକର୍‌(ଖବରକାଗଜ ବିତରକ) ଏକ ମୁଖ୍ୟ ଭୂମିକା ନିର୍ବାହ କରନ୍ତି। ଏହି ପରିପରେକ୍ଷୀରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ  ଆଠଗଡ଼ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ  କରି ଉପଖଣ୍ଡର ସମସ୍ତ ହକର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ଉପଖଣ୍ଡର ୬୯ ଜଣ ହକରଙ୍କୁ ଏହି ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।

ଆଠଗଡ଼ ସର୍କିଟହାଉସ ସାମ୍ନା  ୧୦ ଡିସିମିଲ ଜମି ଉପରେ ଖବରକାଗଜ ବିତରକ ପାଇଁ  ଏନ୍‌ଏସି ପକ୍ଷରୁ ଏକ ଓ୍ବାର୍କ ସେଡ୍ ନିର୍ମାଣ କରାଯିବ ବୋଲି  ଅନୁମୋଦିତ କରାଯାଇଛି। କୋଭିଡ୍‌ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ୬ ହଜାର ଟଙ୍କାର କୋଭିଡ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ହକର୍‌ମାନକୁ ଆଗାମୀ ଦିନରେ ପ୍ରେରଣା  ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଛନ୍ତି।

Comments are closed.