କୋଣାର୍କ ସୌନ୍ଦର୍ଯ୍ୟକରଣ: ୩୦ ଏକରରେ ରହିବ ଲ୍ୟାଣ୍ଡସ୍କେପିଙ୍ଗ

0

କୋଣାର୍କ ୨୧/୯: ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଭିତିଭୂମିକୁ ଆନ୍ତର୍ଜାତୀୟସ୍ତରୀୟ କରିବା ପାଇଁ ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି ରାଜ୍ୟ ସରକାରଚନ୍ଦ୍ରଭାଗା ବେଳାଭୂମି ସୌନ୍ଦର୍ଯ୍ୟକରଣ ନିମନ୍ତେ ୪୬ କୋଟି, କୋଣାର୍କ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣରେ ଐତିହ୍ୟ ବିକାଶ ପାଇଁ ୧୭୨ କୋଟି ବ୍ୟୟ ଅଟକଳ ରହିଛି I ସୂର୍ଯ୍ୟମନ୍ଦିର ସମ୍ମୁଖ ୩୦ ଏକରରେ ରହିବ ଲ୍ୟାଣ୍ଡସ୍କେପିଙ୍ଗ I ପୂର୍ବରୁ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ଉଚ୍ଛେଦ ହୋଇଥିବା ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ୬ ଲେନ ଓ ୨ ଲେନ ରାସ୍ତା ନିର୍ମାଣରେ ଉଚ୍ଛେଦ ହୋଇଥିବା ବ୍ୟବସାୟୀ ଓ ଅନ୍ୟାନ ବ୍ୟବସାୟୀମାନଙ୍କୁ ଏହି ୩୦ ଏକର ଜମି ମଧ୍ୟରେ ଚିହ୍ନଟ ହୋଇଥିବା ଜାଗାରେ ଓବିସିସି ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଠ କଲା ଭଳି ୬୦ କୋଟି ଟଙ୍କା ବ୍ୟୟରେ ୭୦୦ରୁ ଊର୍ଧ୍ବ ଭେଣ୍ଡିଙ୍ଗ ଜୋନ ନିର୍ମାଣ କରାଯାଇ ବ୍ୟବସାୟ କରିବାକୁ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି ଏହି ଭେଣ୍ଡିଂ ଜୋନକୁ ଟୁରିଷ୍ଟ ଭେଣ୍ଡିଙ୍ଗ ଜୋନ ଓ ନନ୍‌ଟୁରିଷ୍ଟି ଭେଣ୍ଡିଙ୍ଗ ଜୋନକୁ ନେଇ ଦୁଇ ଭାଗରେ ବିଭକ୍ତ କରାଯାଇ ନିର୍ମାଣ କରାଯିବ I ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ I

Leave A Reply

Your email address will not be published.