ବିଜୟପାଲ ସିଂ ତୋମର ଓଡ଼ିଶା ପ୍ରଭାରୀ, ସଂବିତ ଉତ୍ତର-ପୂର୍ବ ସଂଯୋଜକ, ଅପରାଜିତା କେରଳ ସହପ୍ରଭାରୀ

ବିଜେପି ସାଂଗଠନିକ ସ୍ତରରେ ଅଦଳବଦଳ

ନୂଆଦିଲ୍ଲୀ, ୫/୭: ସାଧାରଣ ନିର୍ବାଚନ ପରେ ବିଜେପି ପକ୍ଷରୁ ସଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ କରାଯାଇଛି । ଦଳ ୨୪ଟି ରାଜ୍ୟର ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଛି। ବିଜୟପାଲ ସିଂ ତୋମର ଓଡ଼ଶା ପ୍ରଭାରୀ ନିଯୁକ୍ତ ହୋଇଥିବାବେଳେ ଲତା ଉସେଡି ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଏହା ପୂର୍ବରୁ ବିଜୟପାଲ ଓଡ଼ିଶା ପାଇଁ ନିର୍ବାଚନ ପ୍ରଭାରୀ ଥିଲେ ।

ପୁରୀ ସାଂସଦ ସଂବିତ ପାତ୍ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସଂଯୋଜକ ନିଯୁକ୍ତ ହୋଇଥିବାବେଳେ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କୁ କେରଳର ସହ ପ୍ରଭାରୀ ନିଯୁକ୍ତ କରାଯାଇଛି । ବରିଷ୍ଠ ବିଜେପି ନେତା ପ୍ରକାଶ ଜାବଡ଼େକରଙ୍କୁ କେରଳ ପ୍ରଭାରୀ ନିଯୁକ୍ତ କରାଯାଇଛି ।

ଅନ୍ୟପକ୍ଷରେ ବିନୋଦ ତାୱଡେ ବିହାର ଓ ଶ୍ରୀକାନ୍ତ ଶର୍ମା ହିମାଚଳ ପ୍ରଦେଶ ଦାୟିତ୍ୱରେ ରହିବେ। ନୀତିନ ନବୀନଙ୍କୁ ଛତିଶଗଡ଼ର ପ୍ରଭାରୀ କରାଯାଇଛି । ଡାକ୍ତର ସତୀଶ ପୁନିଆଙ୍କୁ ହରିୟାଣା ଓ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାଡ଼ଖଣ୍ଡ ଦାୟିତ୍ୱ ଦିଆଯାଇଛି।

ସେହିପରି ଆଗକୁ ନିର୍ବାଚନ ଥିବା ରାଜ୍ୟ ଝାଡ଼ଖଣ୍ଡ ଓ ହରିୟାଣା ପ୍ରଭାରୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ଲକ୍ଷ୍ନୀକାନ୍ତ ବାଜପେୟୀଙ୍କୁ ଝାଡ଼ଖଣ୍ଡର ପ୍ରଭାରୀ ନିଯୁକ୍ତ କରାଯାଇଥିବାବେଳେ ଡ. ସତୀଶ ପୁନିଆଙ୍କୁ ହରିୟାଣା ପ୍ରଭାରୀ ତଥା ସୁରେନ୍ଦ୍ର ସିଂ ନାଗରଙ୍କୁ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି । ଅନୀଲ ଆଣ୍ଟୋନୀଙ୍କୁ ମେଘାଳୟ ଓ ନାଗାଲାଣ୍ଡ ପ୍ରଭାରୀ ଦାୟିତ୍ବ ଦିଆଯାଇଥିବାବେଳେ ପଞ୍ଜାବ ପ୍ରଭାରୀ ଭାବେ ଦାୟିତ୍ବ ପାଇଛନ୍ତି ବିଜୟ ରୂପାନୀ ।

 

 

Comments are closed.