ବିଜେଡି ସଙ୍ଗଠନରେ ଅଦଳବଦଳ; ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କୁ ୪ଟି ଜିଲ୍ଲା

0

ଭୁବନେଶ୍ୱର, ୨୭।୩: ବିଜେଡି ପକ୍ଷରୁ ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି । ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ୪ଟି ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ଅତନୁ ସବ୍ୟସାଚୀ ନାୟକ ଓ ଦିବ୍ୟଶଙ୍କର ମିଶ୍ରଙ୍କୁ ୨ଟି ଲେଖାଏଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ପ୍ରଣବଙ୍କୁ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଅତନୁଙ୍କୁ ଗଜପତି ଓ ରାୟଗଡ଼ା, ଦିବ୍ୟଶଙ୍କରଙ୍କୁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

ସେହିଭଳି ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ୱର, ସୁଧିର କୁମାର ସାମଲଙ୍କୁ ବରଗଡ, ପ୍ରତାପ ଜେନାଙ୍କୁ ଭଦ୍ରକ, ସୁଶାନ୍ତ ସିଂଙ୍କୁ ବଲାଙ୍ଗୀର, ଅମରେଶ ଜେନାଙ୍କୁ ଦେବଗଡ, ପ୍ରଫୁଲ୍ଲ ମଲ୍ଲିକଙ୍କୁ କଟକ, ଅରୁଣ ସାହୁଙ୍କୁ ଜଗତସିଂହପୁର, ବିଜୟ ନାୟକଙ୍କୁ କନ୍ଧମାଳ, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡା, ରବୀନ୍ଦ୍ର କୁମାର ଜେନାଙ୍କୁ ଖୋର୍ଦ୍ଧା, ଇଶ୍ବର ପାଣିଗ୍ରାହୀଙ୍କୁ ନବରଙ୍ଗପୁର, ପଦ୍ମନାଭ ବେହେରାଙ୍କୁ ନୟାଗଡ, ସ୍ନେହାଙ୍ଗୀନି ଛୁରିଆଙ୍କୁ ନୂଆପଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡାଇଙ୍କୁ ସୁନ୍ଦରଗଡ, ପ୍ରଣବ ବଳବନ୍ତରାୟଙ୍କୁ କଳାହାଣ୍ଡି, ପ୍ରଦୀପ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଯାଜପୁର, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡା, ପ୍ରଶାନ୍ତ ମୁଦୁଲିଙ୍କୁ ମୟୁରଭଞ୍ଜ, ଦେବେଶ ଆଚାର୍ଯ୍ୟଙ୍କୁ ସୋନପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

 

Leave A Reply

Your email address will not be published.