ଗତ 24 ଘଣ୍ଟା ମଧ୍ୟରେ 9 ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷା; ଭାରତର ମୋଟ ପରୀକ୍ଷା ସଂଖ୍ୟା 3.9 କୋଟିରେ ପହଞ୍ଚିଲା

0

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସାକୁ ଆଧାରକରି ଅଧିକ ପରୀକ୍ଷା ଯୋଗୁଁ ଶୀଘ୍ର ରୋଗ ନିରୂପଣ ସମ୍ଭବ ହୋଇଛି । ରୋଗ ଶୀଘ୍ର ନିରୂପିତ ହେଉଥିବାରୁ ସଂକ୍ରମିତ ରୋଗୀଙ୍କୁ ଅଲଗା କରାଯାଇ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି । ଏହାଫଳରେ ତୁରନ୍ତ ଆରୋଗ୍ୟ ହେବା ସହ ମୃତ୍ୟୁ ହାର ହ୍ରାସ ପାଇଛି । ଏସବୁ ଦୃଷ୍ଟିରୁ ଦେଖିଲେ ଦେଶର ମୋଟ ନମୁନା ପରୀକ୍ଷା ସଂଖ୍ୟା ଆଜି ପାଖାପାଖି 3.9 କୋଟିରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 9,24,998 ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ନମୁନା ପରୀକ୍ଷା 3,85,76,510ରେ ପହଞ୍ଚିଛି ।

ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ଦେଶର ମୋଟ ଆରୋଗ୍ୟଙ୍କ ସଂଖ୍ୟା ଆଜି 25 ଲକ୍ଷରେ ପହଞ୍ଚିଛି । କୋଭିଡ ପରିଚାଳନା ପାଇଁ ଉପଯୁକ୍ତ ରଣନୀତି ଓ କେନ୍ଦ୍ର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସମନ୍ଵିତ ପଦକ୍ଷେପ ଯୋଗୁଁ ମୋଟ 25,23,771 ଜଣ ସୁସ୍ଥ ହେବା ସମ୍ଭବପର ହୋଇପାରିଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 56,013 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଆଜିସୁଦ୍ଧା ଦେଶରେ ସୁସ୍ଥତା ହାର 76.24 ପ୍ରତିଶତ ରହିଛି ।

ଦେଶରେ ସକ୍ରିୟ କରୋନା ମାମଲା 7,25,991 ଥିବା ବେଳେ ପାଖାପାଖି 18 ଲକ୍ଷ (17,97,780) ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଅଧିକରୁ ଅଧିକ ରୋଗୀ କ୍ରମାଗତ ଭାବେ ଆରୋଗ୍ୟ ଲାଭ କରୁଥିବାବେଳେ ମୋଟ ସଂକ୍ରମିତଙ୍କ ଶତକତା 21.93 ରୋଗୀ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି ।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିୟମାନୁଯାୟୀ ହସ୍ପିଟାଲ ଓ ଆଇସିୟୁରେ ଦକ୍ଷ ଚିକିତ୍ସକ, ଉତ୍ତମ ଆମ୍ବୁଲାନ୍ସ ସେବା ଓ ଅନୁସନ୍ଧାନମୂଳକ ଥେରାପି ଯୋଗୁଁ ଜାତୀୟ ମୃତ୍ୟୁହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ଏହି ସଂଖ୍ୟା 1.83 ପ୍ରତିଶତରେ ପହଞ୍ଚିଛି । 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥତା ହାର ଜାତୀୟ ହାର ତୁଳନାରେ ମଧ୍ୟ ଅଧିକ ରହିଛି ।

ସଂକ୍ରମଣ ନିରୂପଣ ନିମନ୍ତେ ପରୀକ୍ଷାଗାରଗୁଡିକର କ୍ରମାଗତ ବୃଦ୍ଧି ଯୋଗୁଁ ଏଭଳି ସଫଳତା ହାସଲ ହୋଇପାରିଛି । 993 ସରକାରୀ ଓ 557 ଘରୋଇ ଏହିପରି ମୋଟ 1550ଟି ପରୀକ୍ଷାଗାରରେ ନମୁନା ପରିକ୍ଷଣ କରାଯାଉଛି ।      

Leave A Reply

Your email address will not be published.