ମାର୍ଚ୍ଚ ୨୫ରୁ ବଜେଟ ଅଧିବେଶନ

ଭୁବନେଶ୍ବର, ୮/୩ : ମାର୍ଚ୍ଚ ୨୫ ରୁ ୩୧ ତାରିଖ ଯାଏ ଚାଲିବ ବିଧାନସଭାର ବଜେଟ ଅଧିବେଶନ। ମାର୍ଚ୍ଚ ୨୫ରେ ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖିବେ। ମାର୍ଚ୍ଚ ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ  ଅର୍ଥମନ୍ତ୍ରୀ  ନିରଞ୍ଜନ ପୂଜାରୀମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ।  ବଜେଟ ଅଧିବେଶନରେ ମୋଟ୍ ୬ଟି କାର୍ଯ୍ୟଦିବସ ରହିବ।  ଗୃହ ପରିଚାଳନା ନେଇ ଆସନ୍ତା ୧୫ ତାରିଖରେ ସର୍ବଦଳୀୟ ବୈଠକ ବସିବ ବୋଲି ସୂଚନା ମିଳିଛି।

Comments are closed.