୨୩ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମ୍ବଲପୁର ଗସ୍ତ, ଜନ୍ମମାଟିରେ ସୁରେନ୍ଦ୍ର ସାଏଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି

0

ସମ୍ବଲପୁର ୨୨।୧: ଆସନ୍ତା ୨୩ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି। ଉକ୍ତ ଦିନ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାରେ ଆୟୋଜିତ ହେବାକୁ ଥିବା ଜୟନ୍ତୀ ସମାରୋହରେ ସାମିଲ ହେବେ। ସେହିପରି ସମ୍ବଲପୁରର ବିଭିନ୍ନ ସ୍ଥାନରେ ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଦଳୀୟ ସୂତ୍ରରୁ ମିଳିଛି।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି, ଅମୃତ ମହୋତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟ ଜୟନ୍ତୀରେ ତାଙ୍କ ଜନ୍ମମାଟି ରେଙ୍ଗାଲି ବ୍ଲକ ଖିଣ୍ଡାଠାରେ ଅନୁଷ୍ଠିତ ପଦଯାତ୍ରାରେ ସାମିଲ ହେବେ। ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ। ସେଠାରୁ ସମ୍ବଲପୁର ସହରର ତପସ୍ୱିନୀ ହଲ୍‌ରେ ଆଇଆଇଏମ୍‌ ସମ୍ବଲପୁର ଏବଂ ଆଇସିଏଚ୍‌ଆର୍‌ ପକ୍ଷରୁ ପରାକ୍ରମ ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ଜାତୀୟ ସେମିନାର୍‌ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହିତ ମାନେଶ୍ୱର ବ୍ଲକ୍‌ ପରମାଣପୁରଠାରେ ଅନୁଷ୍ଠିତ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ତଥା ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.