ସିଏମସି କମିସନରଙ୍କ ବାଥରୁମ୍ ଖୋଲା, କବାଟ ଭେଟି ଦେଲା କଂଗ୍ରେସ

0

କଟକ, ୧୪/୯: ସିଏମସି କମିନରଙ୍କୁ ଭେଟି ବାଥରୁମ୍ କବାଟ ଭେଟି ଦେଲେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ। ଗତକାଲି ସିଏମସି ବୈଠକରେ ଅର୍ଥାଭାବ ଯୋଗୁଁ ସିଏମସିର ବାଥରୁମ କବାଟ ଲଗାଇ ହେଉ ନାହିଁ ବୋଲି ମେୟର ସୁବାସ ସିଂହ କହିଥିଲେ। ଯାହାକୁ ନେଇ ଆଜି ଏକ ଅଭିନବ ଉପାୟରେ କଂଗ୍ରେସ ନେତା ମାନସ ଚୌଧୁରୀ କବାଟ ଧରି ସିଏମସି କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ ଏବଂ ସିଏମସି କମିଶନରଙ୍କୁ ଭେଟି ଦେଇଥିଲେ।

କେବଳ ସେତିକି ନୁହେଁ ବାଥରୁମ କବାଟ ଲଗାଇବା ମଜୁରୀ ବାବଦକୁ ପାଞ୍ଚ ଶହ ଟଙ୍କା ପ୍ରଦାନ ମଧ୍ୟ କରିଥିଲେ। ଯାହାକୁ ନେଇ ସିଏମସି କମିଶନରଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟାଳୟର କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଜୁବ ହୋଇଯାଇଥିଲେ।

Leave A Reply

Your email address will not be published.