ମହାମାରୀ ତାଲିକାରୁ ହଟିଲା କୋଭିଡ୍‌; ଘୋଷଣା କଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ

0

ନୂଆଦିଲ୍ଲୀ, ୫/୫: ବିଶ୍ଵକୁ ମହାମାରୀରେ କବଳିତ କରି ହାହାକାର ସୃଷ୍ଟି କରିଥିବା କୋଭିଡ୍‌ ଏବେ ମାହାମାରୀ ତାଲିକାରୁ ବାଦ୍‌ ପଡ଼ିଛି। ଲକ୍ଷାଧିକ ଲୋକଙ୍କ ଜୀବନ ନେଇଥିବା ଆଉ ଜୀବୀକାକୁ ଉଜାଡ଼ି ଦେଇଥିବା କରୋନା ବିଶ୍ଵ ମହାମାରୀ ତାଲିକାରୁ ହଟିଛି ଆଉ ଶେଷ ହୋଇଛି ପ୍ରକୋପ। କରୋନାକୁ ଆଉ ମହାମାରୀ ରୂପେ ବିବେଚନା କରାଯିବ ନାହିଁ। ମହାମାରୀ ସରିବା ନେଇ ଶୁକ୍ରବାର ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କରୋନାର କାଳ ସମାପ୍ତ ହୋଇଛି। ଏହା ଘୋଷଣା କରି ମୁଁ ବହୁତ ଖୁସି ଯେ, କୋଭିଡ୍-୧୯କୁ ମହାମାରୀ ତାଲିକାରୁ ହଟାଯାଇଛି ବୋଲି କହିଛନ୍ତି ହୁ ମହା ନିର୍ଦ୍ଦେଶକ ଟେଡ୍ରସ। ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ଜାନୁଆରୀ ୩୦ରେ କୋଭିଡ୍‌କୁ ବିଶ୍ଵ ସ୍ଵାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।

ତେବେ ଆଜିର ଘୋଷଣାରେ ହୁ ସ୍ପଷ୍ଟ କରିଛି ଯେ, କରୋନା ଏବେ ମଧ୍ୟ ବିଶ୍ଵ ସ୍ଵାସ୍ଥ୍ୟ ପାଇଁ ସତର୍କ ଘଣ୍ଟି ହୋଇ ରହିବ। ଯେବେ କରୋନାକୁ ବିଶ୍ଵ ମହାମାରୀ ଘୋଷିତ କରାଗଲା ଚୀନରେ ୧୦୦ରୁ କମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ କାହାରି ମୃତ୍ୟୁ ଘଟିନଥିଲା। ମାତ୍ର ତିନି ବର୍ଷ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟି ୭୦ ଲକ୍ଷରେ ପହଞ୍ଚିଗଲା।

ଡବ୍ଲ୍ୟୁଏଚଓ କହିଛି, ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି କରୋନାକୁ ବିଶ୍ଵ ସ୍ଵାସ୍ଥ୍ୟ ଜରୁରୀକାଳୀନରୁ ହଟାଇବା ପାଇଁ ଗତ ଏକ ବର୍ଷ ହେବ ନିଷ୍ପତ୍ତି ହୋଇଥିଲା। ତେବେ କରୋନାର ଏତେ ବଡ଼ ପ୍ରଭାବ ପଡ଼ିଲା ଯେ, ସମଗ୍ର ବିଶ୍ଵ ଠପ୍ ହୋଇଗଲା। ସ୍କୁଲଠୁ ନେଇ ଅଧିକାଂଶ ଅଫିସ୍ ବନ୍ଦ ରହିଲା। ବିଶ୍ଵ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିଲା।

Leave A Reply

Your email address will not be published.