ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ସିନ୍ ରିକ୍ରିଏସନ୍, ଡେମୋ ଦେଖାଇଲା ଗୋପାଳ

0

ଝାରସୁଗୁଡ଼ା, ୭।୨  ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର   ମଙ୍ଗଳବାର ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ। ବ୍ରଜରାଜନଗର ଗାନ୍ଧୀଛକ ସ୍ଥିତ ଘଟଣାସ୍ଥଳକୁ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଅଣାଯାଇ ସିନ ରିକ୍ରିଏସନ କରାଯାଇଛି।   ପ୍ରଥମେ କ୍ରାଇମ ସ୍ପଟକୁ ୨ଟି ଗାଡି ଅଣାଯାଇଥିଲା। ଗୋଟିଏ ନବ ଦାସଙ୍କ  ଓ ଅନ୍ୟଟି ସରକାରୀ ଗାଡି ଅଣାଯାଇ ଘଟଣାସ୍ଥଳରେ ରଖାଯାଇଥିଲା। ଏହା ପରେ  ଗୋପାଳକୁ ଅଣାଯାଇଥିଲା। ଘଟଣାଦିନ କେମିତି ଗୋପାଳ  ଗୁଳି କରିଥିଲା ତାହା ଦେଖାଇଥିଲା।  ଖେଳନା ବନ୍ଧୁକ ଧରି ଗୋପାଳ ଡେମୋ ଦେଖାଇଥିଲା ।  ଏହି ସମସ୍ତ ଘଟଣାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ  ଭିଡିଓ ରେକର୍ଡିଂ କରାଯାଇଥିଲା। l ଡ୍ରୋନ ସାହାଯ୍ୟରେ ମଧ୍ୟ ସିନ ରିକ୍ରିଏସନର ରେକର୍ଡିଂ କରାଯାଇଥିଲା। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗତ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣା ପରେ ତୁରନ୍ତ ଗୋପାଳଙ୍କୁ ପୋଲିସ କାବୁ କରି ଗିରଫ କରିଥିଲା। ଏହି ଘଟଣାର  କ୍ରାଇମବ୍ରାଞ୍ଚ  ତଦନ୍ତ କରୁଛି।

Leave A Reply

Your email address will not be published.