ରାଜ୍ୟରେ ଆରମ୍ଭ ହେଲା ସାଇବର ସୁରକ୍ଷା ଅଭିଯାନ, ସଚେତନ କରିବେ ଅଙ୍ଗନବାଡି କର୍ମୀ

ଭୁବନେଶ୍ଵର, ୨୮/୦୯ : ରାଜ୍ୟରେ ଆରମ୍ଭ ହେଲା ସାଇବର ସୁରକ୍ଷା ଅଭିଯାନ। ସାଇବର ଅପରାଧ ସମ୍ପର୍କରେ ସଚେତନ କରିବେ ଅଙ୍ଗନବାଡି କର୍ମୀ। ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ମିଶନଶକ୍ତି ମହିଳା ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ ସଚେତନ କରିବେ। ଏମାନଙ୍କ ସହାୟତାରେ ରାଜ୍ୟ ପୋଲିସ ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା ପାଇଁ ଯୋଜନା କରିଛି । ଡିଜିପି ସୁନୀଲ ବଂଶଲ, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ଏନେଇ ସୂଚନା ଦେଇଛନ୍ତି।

ସାଇବର୍ ଅପରାଧ ଏବେ ବିଶ୍ଵବ୍ୟାପୀ ଏକ ଚ୍ୟାଲେଞ୍ଜ୍ ହୋଇ ଠିଆ ହୋଇଛି। ସାଇବର ଅପରାଧୀମାନେ ବିଭିନ୍ନ ଉପାୟରେ ଠକେଇ କରି ଲୋକମାନଙ୍କଠୁ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରି ଠକେଇ କରୁଛନ୍ତି। ସଚେତନତା ଅଭାବରୁ ସାଧାରଣ ଲୋକମାନେ ସାଇବର୍ ଠକମାନଙ୍କୁ ନିଜ ବ୍ୟାଙ୍କ୍ ତଥ୍ୟ, ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରୁଛନ୍ତି। ଯାହା ଫଳରେ ସେମାନେ ସାଇବର୍ ଠକେଇର ଶିକାର ହେଉଛନ୍ତି। ସେମାନଙ୍କୁ ସଚେତନ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ସାଇବର୍ ସୁରକ୍ଷା କ୍ୟାମ୍ପେନ ୨୦୨୩ ଆରମ୍ଭ କରାଯାଇଛି।

 

Comments are closed.