ଧାମନଗର ଉପନିର୍ବାଚନରେ ବିଜେପିର ବାଜିମାତ୍

୯୮୮୧ ଖଣ୍ଡ ଭୋଟରେ ସୂର୍ଯ୍ୟବଂଶୀ ସୂରଜ ବିଜୟୀ

0

ଭଦ୍ରକ,୬।୧୧: ଧାମନଗର ଉପନିର୍ବାଚନରେ ବିଜେପି ବାଜି ମାରିଛି। ପୁଣି ଥରେ ଫୁଟିଛି ପଦ୍ମ।  ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ  ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ  ୯୮୮୧ ଖଣ୍ଡ  ଭୋଟ  ବ୍ୟବଧାନ​ରେ  ବିଜୟୀ ହୋଇଛନ୍ତି ।  ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ୮୦୩୫୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ  ୭୦୪୭୦ ଖଣ୍ଡ ଭୋଟ ପାଇଥିଲେ।  ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୩୫୬୧ ଖଣ୍ଡ ଭୋଟ ପାଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପୂର୍ବତନ ବିଧାୟକ  ରାଜେନ୍ଦ୍ର ଦାସ ୮୧୫୩ ଖଣ୍ଡ ଭୋଟ ପାଇଥିଲେ।

ଧାମନଗର ଉପନିର୍ବାଚନ ଫଳାଫଳ ଲାଗି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। କଡା ସୁରକ୍ଷା ଭିତରେ ଭଦ୍ରକ ଜିଲା ସଂସ୍କୃତି ଭବନରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଥିଲା। ଏହା ପରେ ଇଭିଏମ ଗଣତି ହୋଇଥିଲା। ଗଣତି ପାଇଁ ମୋଟ ୧୪ଟି ଟେବୁଲ କରାଯାଇଥିଲା।  ମୋଟ ୧୮ ରାଉଣ୍ଡ ଗଣତି ହୋଇଥିଲା। ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। କିନ୍ତୁ ପ୍ରତି ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ ସୂରଜ ଆଗୁଆ ରହିଆସୁଥିଲେ। ଶେଷରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଛନ୍ତି। ତେବେ ଅତୀତରେ ରାଜ୍ୟରେ ଯେତେ ସବୁ ଉପନିର୍ବାଚନ ହୋଇଛି ସେଥିରେ ବିଜେଡି ବାଜି ମାରି ଆସୁଥିଲା। ପ୍ରଥମ ଥର ପାଇଁ ଧାମନଗର ଉପନିର୍ବାଚନରେ ଏହି ଧାରାରେ  ପରିର୍ବତ୍ତନ ହୋଇଛି। ବିଜେଡିକୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିବା ବେଳେ ବିଜେପି ବାଜି ମାରିଛି। ତେବେ କଂଗ୍ରେସ ପ୍ରାର୍ଥୀ ଶୋଚନୀୟ  ପରାଜୟ ବରଣ କରିଛନ୍ତି।

Leave A Reply

Your email address will not be published.