ପୁରୀରେ ହେବ ସବୁଜ ପରିବେଶ ଭରା ବିମାନବନ୍ଦର

0

ଝାରସୁଗୁଡ଼ା, ୨୨।୧୧: ପୁରୀରେ କରାଯିବ ସବୁଜ ପରିବେଶ ଭରା ବିମାନବନ୍ଦର। ଏଥିସହ ଉତ୍‌କେଲା ଓ ଜୟପୁରରୁ ଶୀଘ୍ର ଆରମ୍ଭ କରାଯିବ ବିମାନସେବା। ଉଡ଼ାନ ଯୋଜନାରେ ଉଡ଼ିବ ବିମାନ। ରାଜ୍ୟ ସରକାର ତୁରନ୍ତ ରିପୋର୍ଟ ପ୍ରଦାନ କଲେ ଏହି କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଝାରସୁଗୁଡ଼ାରେ ଆୟୋଜିତ ଉଡ଼ାନ ଉତ୍ସବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଏହା କହିବା ସହ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାବନନ୍ଦରର କଳେବର ବୃଦ୍ଧିପାଇବ ବୋଲି ଆଶା ପୋଷଣ କରିଛନ୍ତି।  କାର୍ଯ୍ୟକ୍ରମରେ ଯୋଗଦେବା ପରେ ଝାରସୁଗୁଡ଼‌ାର ଆରାଧ୍ୟ ଦେବତା ଝାଡ଼ଶ୍ୱର ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ତାଙ୍କ ସହ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଅନ୍ୟ ବିଧାୟକ ସାଂସଦ ମଧ୍ୟ ଯାଇଥିଲେ।

Leave A Reply

Your email address will not be published.