ଆଇଏଏସ୍ ସ୍ତରରେ ଅଦଳବଦଳ, ଦିବ୍ୟଜ୍ୟୋତି ପରିଡ଼ା ହେଲେ ସମ୍ବଲପୁରର ନୂଆ ଜିଲ୍ଲାପାଳ

0

ଭୁବନେଶ୍ୱର, ୩/୧: ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ। ବଦଳିଛନ୍ତି ସମ୍ବଲପୁର ଜିଲ୍ଲାପାଳ। ଆଇଏଏସ୍‌ ଶୁଭମ୍‌ ସକ୍ସେନାଙ୍କ ସ୍ଥାନରେ ସମ୍ୱଲପୁର ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି। ସେ ରାଉରକେଲା ମହାନଗର ନିଗମର କମିସନର ଭାବେ କାର୍ଯ୍ୟରତ ରହିଥିଲେ। ତାଙ୍କ ସ୍ଥାନରେ ଏବେ ଶୁଭଙ୍କର ମହାପାତ୍ରଙ୍କୁ ରାଉରକେଲା ମହାନଗର ନିଗମର କମିସନର ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟପଟେ ଶୁଭମ୍‌ ସକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.