ବିଜେବି କଲେଜରେ ଆଡ୍‌ମିସନ୍‌ ପାଇଁ ଜାଲ୍‌ ସାର୍ଟିଫିକେଟ୍‌ କାରବାର

ଥାନାରେ ଏତଲା ଦେଲେ କଲେଜ ଅଧ୍ୟକ୍ଷ

0

ଭୁବନେଶ୍ବର, ୫।୪: ବିଜେବି କଲେଜ ଓଡ଼ିଶାର ଏକ ଆଗଧାଡ଼ିର କଲେଜ ହୋଇଥିବା ଏବେ ଏଠାରେ ଜାଲ୍‌ ସାଟିଫିକେଟ୍‌ କାରବାର ସାମ୍‌ନାକୁ ଆସିଛି। ଗତ ୩ ବର୍ଷରେ  ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଏହି କଲେଜରେ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି। ବିଜେବି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି।

ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ? କିଏ ଏହି ସାର୍ଟିଫିକେଟ ଯୋଗାଇଛି ଓ କଲେଜର ଆଉ କିଛି ଛାତ୍ରଛାତ୍ରୀ ଏହି ଘଟଣାରେ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ ଶ୍ରୀ ମିଶ୍ର।

 

Leave A Reply

Your email address will not be published.