ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ୧୨ରେ ସମିତି ଅଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ବର,୧୭।୨ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ହେବ। ସେହିପରି ମାର୍ଚ୍ଚ ୧୨ରେ ସମିତି ଅଧ୍ୟକ୍ଷ    ମାର୍ଚ୍ଚ ୧୧ରେ ନାଏବ ସରପଞ୍ଚ ନିର୍ବାଚନ ହେବ। ରାଜ୍ୟ ନିର୍ବାଚନ କମିନଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ୍ବାର୍ଡ ମେମ୍ବର ପାଇଁ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର।

ସେହିପରି ଜିଲ୍ଲା ପରିଷଦ ଆଇନରେ ସଂଶୋଧନ କରାଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ। ନିର୍ବାଚନ ବେଳେ ରାଜନୈତିକ ଦଳ ମାନେ ସେମାନଙ୍କ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତି କରି ସେମାନଙ୍କ ନାମ  ରାଜ୍ୟ ନିର୍ବାଚନ କମିନଙ୍କୁ ଦେବେ। ଭୋଟିଂ ବେଳେ ବିଭିନ୍ନ ଦଳର ଜିଲ୍ଲା ପରିଷଦ ସଭ୍ୟମାନେ ନିଜ ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ଦେବେ।

Comments are closed.