କଂଗ୍ରେସ ନୂଆ ଅଧ୍ୟକ୍ଷ ନିଯୁକ୍ତି ଦାବି ତେଜିଲା

0

ନୂଆଦିଲ୍ଲୀ,୧୨।୩: ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହେବା ପରେ କଂଗ୍ରେସ ସଙ୍ଗଠନରେ ଏବେ ବିବାଦ ତେଜିବାରେ ଲାଗିଛି। ଦଳର ବରିଷ୍ଠ ନେତାମାନେ (ଜି-୨୩) ଖୁବଶୀଘ୍ର ନୂଆ ଅଧ୍ୟକ୍ଷ ନିଯୁକ୍ତ କରିବା ଲାଗି ଦାବି କରିଛନ୍ତି । ଏଥିସହ ସେମାନେ ତୁରନ୍ତ ସିଡବ୍ଲ୍ୟୁସି (କଂଗ୍ରେସ କାର୍ଯ୍ୟକାରିଣୀ କମିଟି) ବୈଠକ ଡାକି ଦଳରେ ସଂସ୍କାର ଆଣିବାକୁ ମଧ୍ୟ କହିଛନ୍ତି । ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଶୁକ୍ରବାର ଅନ୍ୟତମ ନେତା କପିଲ ଶିବଲ ଓ ମନୀଷ ତିୱାରୀ ଏକ ବୈଠକରେ ଏକାଠି ହୋଇଥିଲେ । ବୈଠକରେ ବିଧାନସଭା ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ଓ ଆଗାମୀ ଭବିଷ୍ୟତ ନେଇ ଆଲୋଚନା ହୋଇଥିଲା।

Leave A Reply

Your email address will not be published.