କ୍ୟାଟ୍‌ଙ୍କ ହାତ ଧରିଲେ ବିକ୍କି

0

ଜୟପୁର, ୯/୧୨: ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ବିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଆଜି ରାଜସ୍ଥାନର ସୱାଇ ମାଧୋପୁରଠାରେ ଥିବା ସିକ୍ସ ସେନ୍‌ସେସ୍‌ ଫୋର୍ଟ ବାରୱାରରେ ଉଭୟଙ୍କ ବାହାଘର ଶେଷ ହୋଇଛି। ଏହି ଗ୍ରାଣ୍ଡ ମ୍ୟାରେଜ୍‌ ପାର୍ଟିରେ ଉଭୟଙ୍କ ପରିବାର ଲୋକ ଓ କିଛି ହାତ ଗଣତି ଅତିଥି ଉପସ୍ଥିତ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ବିବାହ ଉତ୍ସବରେ ମୋଟ ୧୨୦ ଜଣ ଲୋକ ରହିଥିଲେ। ବଲିଉଡ୍‌ର କିଛି ସେଲେବ୍ରିଟି ମଧ୍ୟ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମ୍ୟାରେଜ୍ ସେରିମନି ଅତ୍ୟନ୍ତ ଗୋପନୀୟତାର ସହ କରାଯାଇଛି। ଅତିଥି ମାନଙ୍କୁ ଫୋନ ବ୍ୟବହାର କରିବାକୁ ମନା କରାଯାଇଥିଲା। ତେଣୁ କେହି ବି ବାହାଘର ବେଳେ ଫଟୋ ଉଠାଇ ନାହାନ୍ତି। ତେବେ ପରବର୍ତ୍ତୀ ଅବସ୍ଥାରେ ବିକ୍କି ଓ କ୍ୟାଟ ନିଜ ନିଜର ଇନଷ୍ଟାଗ୍ରାମରେ ବାହାଘର କିଛି ଫଟୋ ରିଲିଜ କରିଛନ୍ତି। ଏହି ଫଟୋରେ ଉଭୟ ବେଶ ଷ୍ଟାଇଲିଶ ଲାଗୁଛନ୍ତି। ନାଲି ଚୂଡ଼ାରେ କ୍ୟାଟ ଛଟକୁ ଥିବା ବଳେ କ୍ରିମ ରଙ୍ଗର ସେରୱାନୀରେ ବିକ୍କି ବେଶ ହ୍ୟାଣ୍ଡସମ ଦିଶୁଛନ୍ତି। ବିକ୍କି ଓ କ୍ୟାଟ୍ରିନାଙ୍କ ବାହାଘର ପଞ୍ଜାବୀ ରୀତିନୀତିରେ ଶେଷ ହୋଇଛି। ଏଥିପାଇଁ ପଞ୍ଜାବୀ ଦୁଲ୍‌ହନ୍‌ ଗେଟ୍‌ଅପ୍‌ରେ ସଜେଇ ହୋଇଥିଲେ କ୍ୟାଟ୍‌। ପ୍ରସିଦ୍ଧ ଡ୍ରେସ୍‌ ଡିଜାଇନ୍‌ର ସବ୍ୟସାଚ୍ଚୀ ତାଙ୍କ ପାଇଁ ଖାସ୍‌ ଲେହେଙ୍ଗା ଡିଜାଇନ୍‌ କରିଥିଲେ।

Leave A Reply

Your email address will not be published.