ପୁଣି ଏକ ନମ୍ବର ନବୀନ: ଦେଶରେ ସବୁଠାରୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର, ୧୫।୧: ପୁଣି ମୁଖ୍ୟମନ୍ତ୍ରୀ ତାଲକାରେ ନବୀନ ପଟ୍ଟନାୟକ ଏକ ନମ୍ବର। ଦେଶରେ ନବୀନ ପଟ୍ଟନାୟକ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।  ଏବିପି ନ୍ୟୁଜ୍‌- ସିଭୋଟର ପକ୍ଷରୁ ଏହି ସର୍ଭେ ହୋଇଥିଲା। ଦେଶର ପ୍ରମୁଖ ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସର୍ଭେ କରାଯାଇ ଥିଲା ।

ସୂଚନା, ଏବିପି ନ୍ୟୁଜ୍‌ର ଏହି ସର୍ଭେରେ  ପ୍ରଥମ ସ୍ଥାନରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ଦ୍ୱିତୀୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲ ଥିବା ବେଳେ ଲୋକପ୍ରିୟତାର ୩ୟରେ ଅଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ  ଜଗନମୋହନ ରେଡ୍ଡୀ। ଏଥିସହ ୪ର୍ଥରେ ଅଛନ୍ତି କେରଳ ମୁଖ୍ୟମନ୍ତ୍ରୀ  ପି. ବିଜୟନ ।  ୫ମରେ ଅଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।  ୭ମରେ  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ  ଓ  ୮ମରେ  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଅଛନ୍ତି ।

Leave A Reply

Your email address will not be published.