ନବଜୋତ ସିଂହ ସିଦ୍ଧୁ ହେଲେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ

0

ଚଣ୍ଡିଗଡ଼, ୧୯।୭: ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କୁ ପଞ୍ଜାବର ପିସିସି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସୋନିଆ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ସିଦ୍ଧୁଙ୍କ ସମେତ ଅନ୍ୟ ୪ ଜଣଙ୍କୁ ମଧ୍ୟ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ଏହି ୪ ନେତା ହେଲେ, ସଂଗତ ସିଂହ ଗିଲଜିଆନ, ସୁଖ୍‌ୱେନ୍ଦର ସିଂହ ଡାନି, ପୱାନ ଗୋୟଲ ଓ କୁଲଜିତ ସିଂହ ନାଗରା। ପୂର୍ବରୁ କୁଲଜିତ ସିଂହ ନାଗ୍ରା ସିକ୍କିମ, ନାଗାଲାଣ୍ଡ ଓ ତ୍ରିପୁରାର ଏଆଇସିସି ଇନ୍‌ଚାର୍ଜ ଦାୟିତ୍ୱ ତୁଲାଉଥିଲେ। ଏବେ ନୂଆ ଦାୟିତ୍ୱ ମିଳିବା ପରେ ତାଙ୍କୁ ପୁରୁଣା ଦାୟିତ୍ୱରୁ ମୁକ୍ତ କରାଯାଇଛି ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଥାଉ କି, ପଞ୍ଜାବରେ ଦୀର୍ଘ ଦିନ ଧରି ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ ରାଜନୈତିକ ବିବାଦ ଲାଗି ରହିଥିଲା। ଉଭୟ ନେତାଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ଏକ ୪ ଜଣିଆ କମିଟି ଗଠନ କରାଯାଇଥିଲା ତେବେ କମିଟି ଉଭୟ ନେତାଙ୍କୁ ମନାଇବାରେ ବିଫଳ ହେବା ପରେ ସିଧା ସୋନିଆ ଗାନ୍ଧୀ ଉଭୟ ନେତା ସହିତ ଆଲୋଚନା କରିଥିଲେ। ଦଳ ରାଜ୍ୟ ପ୍ରଭାରୀ ଦୁଇ ନେତାଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଯଦି ସିଦ୍ଧୁ କ୍ଷମା ମାଗନ୍ତି ତେବେ ଅମରିନ୍ଦର ରାଜି ହେବେ ବୋଲି ଖବର ପ୍ରକାଶ ପାଇଥିଲା। ତେବେ ପରେ ଖବର ଆସିଥିଲା ଯେ ସୋନିଆଙ୍କର ସମସ୍ତ ନିଷ୍ପତ୍ତି ମାନିବାକୁ ଅମରିନ୍ଦର ରାଜି ହୋଇଛନ୍ତି।। ତେବେ କଂଗ୍ରେସ ପିସିସି ଅଧ୍ୟକ୍ଷ ନିଯୁକ୍ତ ହେବା ପୂର୍ବରୁ ଆଜି ପ୍ରତାପ ସିଂହ ବାଜୱାଙ୍କ ଘରେ ସାଂସଦଙ୍କର ବୈଠକ ହୋଇଥିଲା। ଯଦିଓ ବାଜୱାଙ୍କୁ ଅମରିନ୍ଦରଙ୍କ ବିରୋଧୀ ବୋଲି କୁହାଯାଏ, କିନ୍ତୁ ଦଳରେ ସିଦ୍ଧୁଙ୍କର ବଢୁଥିବା ପ୍ରଭାବକୁ କମ୍ କରିବାକୁ ସେ ଏହି ବୈଠକରେ କ୍ୟାପ୍ଟେନଙ୍କୁ ସମର୍ଥନ କରିଥିଲେ। ହେଲେ ବୈଠକ ପରେ ବାଜୱା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ କଥା କହିଥିଲେ। ସେ କହିଥିଲେ ଯେ ଆମେ କୃଷକଙ୍କ ସମ୍ପର୍କରେ ଆଲୋଚନା କରିଥିଲୁ ସିଦ୍ଧୁଙ୍କୁ ନେଇ ଦଳ ଯାହା ନିଷ୍ପତ୍ତି ନେବ ତାହା ସ୍ୱାକାର୍ଯ୍ୟ ହେବ ବୋଲି ବାଜୱା କହିଥିଲେ।

 

Leave A Reply

Your email address will not be published.