ମୋଦିଙ୍କୁ ନବୀନଙ୍କ ଚିଠି

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଲାଗି ରଖିଲେ ଦାବି

0

ଭୁବନେଶ୍ବର, ୬/୩ : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି। ୟୁକ୍ରେନରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ବି ଜାରି ରହିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ଦାବି ରଖିଛନ୍ତି।

ସେ ଲେଖିଛନ୍ତି କି, ଓଡ଼ିଶାରେ ବହୁ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ଅଛନ୍ତି। ୟୁକ୍ରେନ ସଙ୍କଟ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ହୋଇଛି। ଏହି ଛାତ୍ରଛାତ୍ରୀଙ୍କ ଲାଗି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଉ। ଦେଶର ମେଡିକାଲ କଲେଜରେ ପାଠପଢ଼ା ବ୍ୟବସ୍ଥା କରାଯାଉ। ଏ ନେଇ ଜାତୀୟ ମେଡିକାଲ କମିସନ  ଓ ମନ୍ତ୍ରାଳୟ ନିଷ୍ପତ୍ତି ନେଉ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଘଟଣା ଉପରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନବୀନ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.