ଗଙ୍ଗାଜଳ ଉପରେ ଜିଏସଟି ଲାଗୁ ହୋଇନି, ସ୍ପଷ୍ଟ କଲା ସିବିଆଇସି

0

ନୂଆଦିଲ୍ଲୀ, ୧୨/୧୦ : ଗଙ୍ଗାଜଳ ଉପରେ ଜିଏସଟି ଲାଗୁ କରାଯିବାକୁ ନେଇ ଦେଶରେ ଚାଲିଥିବା ବିତର୍କର ଅବସାନ ହୋଇଛି । କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ସ୍ପଷ୍ଟ କରିଛି ଯେ ଗଙ୍ଗାଜଳକୁ ଜିଏସଟିରୁ ମୁକ୍ତ କରାଯାଇଛି। ସିବିଆଇସି କହିଛି ଯେ ଗଙ୍ଗାଜଳ ସାରା ଦେଶରେ ଘରେ ଘରେ ପୂଜାରେ ବ୍ୟବହୃତ ହୁଏ ଏବଂ ଏହି ପୂଜା ସାମଗ୍ରୀକୁ ଜିଏସଟି ଛାଡ଼ କରାଯାଇଛି । ୨୦୧୭ ମେ ୧୮-୧୯ ଓ ୩ ଜୁନ୍ ୨୦୧୭ରେ ଅନୁଷ୍ଠିତ ଜିଏସଟି ପରିଷଦର ଚତୁର୍ଦ୍ଦଶ ଓ ପଞ୍ଚଦଶ ବୈଠକରେ ପୂଜା ସାମଗ୍ରୀ ଉପରେ ଜିଏସଟି ଉପରେ ବିସ୍ତୃତ ଆଲୋଚନା କରାଯାଇ ସେମାନଙ୍କୁ ଛାଡ଼ ତାଲିକାରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ଜିଏସଟି ଲାଗୁ ହେବା ପରଠାରୁ ଏହି ସବୁ ସାମଗ୍ରୀକୁ ଜିଏସଟିରୁ ବାଦ୍ ଦିଆଯାଇଛି ।

ଏହା ପୂର୍ବରୁ ଗଙ୍ଗାଜଳ ଉପରେ ୧୮ ପ୍ରତିଶତ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଆଦାୟ କରୁଥିବା  ଅଭିଯୋଗ କରି ମୋଦି ସରକାରଙ୍କୁ କଂଗ୍ରେସ ସମାଲୋଚନା କରିଥିଲା। ଏପରିକି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଟ୍ୱିଟରରେ ଏକ ପୋଷ୍ଟରେ ଲେଖିଥିଲେ, ମୋଦୀ ଜୀ ! ଜଣେ ସାଧାରଣ ଭାରତୀୟଙ୍କ ପାଇଁ ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ଗଙ୍ଗାଜଳର ଅସାଧାରଣ ମହତ୍ତ୍ବ ରହିଛି ।  ଏହା ଭଲ ଯେ ଆପଣ ଆଜି ଉତ୍ତରାଖଣ୍ଡରେ ଅଛନ୍ତି, କିନ୍ତୁ ଆପଣଙ୍କ ସରକାର ପବିତ୍ର ଗଙ୍ଗା ଜଳ ଉପରେ ୧୮% ଜିଏସଟି ଲଗାଇଛନ୍ତି । ଯେଉଁମାନେ ନିଜ ଘରେ ଗଙ୍ଗା ଜଳ ମଗାଉଛନ୍ତି ସେମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଆପଣ ଥରେ ବି ଚିନ୍ତା କରିନାହାଁନ୍ତି । ଏହା ହେଉଛି ଆପଣଙ୍କ ସରକାରଙ୍କ ଲୁଟ୍ ଓ ଦଙ୍ଗାର ଚରମ ସୀମା। ”

 

Leave A Reply

Your email address will not be published.