ଲକ୍ଷଣ ନଥିଲେ ଟେଷ୍ଟ ଆବଶ୍ୟକ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

0

ଭୁବନେଶ୍ବର, ୧୫।୧: ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଏ ରହିଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ଏ ନେଇ ଜିଲ୍ଲାଗୁଡ଼ିକୁ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ। ଆଜି ସୁଦ୍ଧା ୬୧ ହଜାର ପଜିଟିଭ୍ ଥିବା ବେଳେ ମାତ୍ର ୧୧୦୦ ଡାକ୍ତରଖାନାରେ ଅଛନ୍ତି। ୨ ପ୍ରତିଶତରୁ କମ୍ ହସପିଟାଲରେ ଅଛନ୍ତି । ଆଇସିୟୁରେ ପ୍ରାୟ  ୩୦୦ ଲୋକ ଅଛନ୍ତି ।  ଗାଇଡ ଲାଇନ ଅନୁସାରେ ବୃଦ୍ଧ ବ୍ୟକ୍ତି ବି ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ । ଏହା ସହ ଅନାବଶ୍ୟକ ମେଡ଼ିସିନ୍ ବ୍ୟବହାର କରିବାକୁ ମଧ୍ୟ ସତର୍କ କଲେ ନିରଞ୍ଜନ ମିଶ୍ର । ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ ଏଣୁ ଅଯଥା ମେଡିସିନ୍ ବ୍ୟବହାର ଦରକାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର କହିଥିବା କହିଲେ ନିର୍ଦ୍ଦେଶକ ।

Leave A Reply

Your email address will not be published.