ପୋଲାଭରମ୍ ପ୍ରକଳ୍ପ: ବାହାରିଲାନି ନିର୍ଯ୍ୟାସ, ୭ରେ ପୁଣି ବୈଠକ

0

ଭୁବନେଶ୍ବର, ୨୯।୯: ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣଧୀନ ପୋଲାଭରମ୍ ପ୍ରକଳ୍ପର ପଛୁଆ ପାଣି ଯୋଗୁଁ ଓଡ଼ିଶାର ଅନେକ ଅଂଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ତେଣୁ ଏହି କ୍ଷୟକ୍ଷତି ଆଶଙ୍କାର ଆକଳନ ତୃତୀୟ ପକ୍ଷ ଦ୍ୱାରା କରିବା ଓ ପ୍ରକଳ୍ପର ଉଚ୍ଚତା ହ୍ରାସ ନିମନ୍ତେ ଓଡ଼ିଶା ଦାବି କରିଛି। ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନା ସରକାର ମଧ୍ୟ ପୋଲାଭରମ୍ ପ୍ରକଳ୍ପର ଉଚ୍ଚତାକୁ ହ୍ରାସ କରିବା ପାଇଁ ଦାବି କରିଛନ୍ତି। ତେବେ ଆଜିର ବୈଠକରେ କୌଣସି ନିର୍ଯ୍ୟାସ ନହେବାରୁ ପରବର୍ତ୍ତୀ ବୈଠକ ଅକ୍ଟୋବର ୭ ତାରିଖରେ ଧାର୍ଯ୍ୟ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ପୋଲାଭରମ ପ୍ରକଳ୍ପ ଡିଜାଇନ୍ ଏକାଧିକ ଥର ପରିବର୍ତ୍ତନ ହୋଇଥିବା ଓ ଏହାର ପଛୁଆ ପାଣି ଯୋଗୁ ମାଲକାନଗିରି ଜିଲ୍ଲାର ଆଦିବାସୀବହୁଳ ଅଂଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି ବୋଲି ଓଡ଼ିଶା ଉଦବେଗ ବ୍ୟକ୍ତ କରିଥିଲା। ଓଡ଼ିଶା ସରକାରଙ୍କ ସହ ସ୍ୱର ମିଶାଇ ତେଲେଙ୍ଗାନା ଓ ଛତିଶଗଡ଼ ସରକାରଙ୍କ ଅଧିକାରୀମାନେ ମଧ୍ୟ ପୋଲାଭରମ୍ ପ୍ରକଳ୍ପର ଉଚ୍ଚତା ହ୍ରାସ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

Leave A Reply

Your email address will not be published.