ଲୋକସେବା ଭବନରୁ ହଟିଲା କଟକଣା

0

ଭୁବନେଶ୍ବର, ୧୨: ଲୋକସେବା ଭବନରୁ ହଟିଲା କୋଭିଡ୍‌ କଟକଣାକୋଭିଡ ମହାମାରୀ କାରଣରୁ ଲୋକସେବା ଭବନରେ ଲାଗୁ ହୋଇଥିବା କଟକଣାକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାରଏ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ଏହା ସହିତ ଖାରବେଳ ଭବନ ରାଜୀବ ଭବନରୁ ମଧ୍ୟ କୋଭିଡ କଟକଣା ହଟାଇ ଦିଆଯାଇଛିଆସନ୍ତା ଏପ୍ରିଲ ୧୮ ତାରିଖରୁ ଲୋକସେବା ଭବନ ସମେତ ଖାରବେଳ ଭବନ ରାଜୀବ ଭବନ ଖୋଲାଯିବ। କେବଳ ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ ହିଁ ଲୋକସେବା ଭବନକୁ ପ୍ରବେଶ କରିପାରିବେଗୃହ ବିଭାଗ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ, କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ପ୍ରତିବନ୍ଧକ ମଧ୍ୟ ହଟାଯାଇଛି ତେଣୁ ରାଜ୍ୟ ସରକାର ଆସନ୍ତା ଏପ୍ରିଲ ୧୮ ତାରିଖରୁ ଲୋକସେବା ଭବନ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି

Leave A Reply

Your email address will not be published.