କମଳା ପୂଜାରୀ ଅସୁସ୍ଥ

0

ଜୟପୁର, ୨୧।୮: ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ। ତାଙ୍କୁ ଏବେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଥିବା ଜଣାପଡ଼ିଛି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗତ ଦୁଇଦିନ ହେବ ସେ ଅସୁସ୍ଥ ଥିବାରୁ ଖାଦ୍ୟ ଖାଇନଥିଲେ। ଏହାପରେ ତାଙ୍କୁ  ସ୍ଥାନୀୟ ଏଏନ୍‌ମ୍‌ ଦିଦିଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା  ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ପୁଅ ଧୁନୁଜୟ ପୂଜାରୀ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ରେ କମଳାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏହାସହ ପାରମ୍ପରିକ ଧାନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ସେ ପାଇଛନ୍ତି ରାଜ୍ୟ ସରକାର ମଧ୍ୟ କମଳାଙ୍କୁ ପୁରସ୍କୃତ କରିଛନ୍ତି ଓୟୁଏଟିର ଏକ ଛାତ୍ରୀନିବାସ ତାଙ୍କ ନାରେ ନାମିତ କରାଯାଇଛି

Leave A Reply

Your email address will not be published.