ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ: ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

0

ଭୁବନେଶ୍ବର, ୨୬।୪: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ନେବାକୁ ଥିବା ପଦେକ୍ଷପ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ଅଗ୍ନୀଶମ ସେବା ପୁଲିସ ମହାନିର୍ଦ୍ଦେଶକ, ସ୍ଵତନ୍ତ୍ର ରିଲିଫ୍ କମିସନର, ଓସଡମାର ପରିଚାଳନା ନିର୍ଦ୍ଦେଶକ, ସିନିୟର କମାଣ୍ଡାଣ୍ଟ ଏନଡିଆରଏଫ୍‌, ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ବରର ସହନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ପାରାଦୀପ ଏବଂ ଗୋପାଳପୁରରେ ଡୋପଲର ରାଡାର କାର୍ଯ୍ୟ କରଛି ଯାହା ସାଇକ୍ଲୋନ୍‌ ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ। ଏହି ରାଡାରଗୁଡ଼ିକ ଟର୍ନାଡୋ/ବଜ୍ରପାତ/କୁଆପଥର ପୂର୍ବାନୁମାନ କରିବାରେ ସାହାଯ୍ୟ କରେ।  ସାଇକ୍ଲୋନ ପରିସ୍ଥିତିରେ ଟେଲିକମ ସିଷ୍ଟମକୁ କାର୍ଯ୍ୟକ୍ଷମ ରଖିବା ପାଇଁ ବିଏସ୍ଏନ୍‌ଏଲ୍ ଏବଂ ଟେଲିକମ୍ ସେବା ପ୍ରଦାନକାରୀଙ୍କ ଦ୍ବାରା ଆପଦକାଳୀନ ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଆଗୁଆ ମୋବାଇଲ ଟାୱାରଗୁଡ଼ିକୁ ନିୟୋଜିତ କରିବା ପାଇଁ ଯୋଜନା କରାଯାଇଛି। ସମ୍ଭାବ୍ୟ ବାତ୍ୟା ପ୍ରବଣ ଅଞ୍ଚଳର ସମସ୍ତ ସେଲ‌ ଫୋନ୍‌ ଗ୍ରାହକଙ୍କୁ ଭଏସ୍‌ ମେସେଜ୍‌ ସହିତ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସାଇକ୍ଲୋନ୍‌ନ ଚେତାବନୀ ଏବଂ ଆଇଏମ୍‌ଡିର ଆଲର୍ଟ ମେସେଜ ପଠାଇବାକୁ ବିଏସ୍‌ଏନ୍‌ଏଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି।

ବାତ୍ୟା ସୂଚନା/ପାଣିପାଗ ପୂର୍ବାନୁମାନ ଏବଂ ଆନୁସଙ୍ଗିକ ସ୍ବତନ୍ତ୍ର ବୁଲେଟିନ୍ ଅଲ ଇଣ୍ଡିଆ ରେଡିଓ, ଏଫଏମ ଚ୍ୟାନେଲ, ଦୂରଦର୍ଶନ, ସମସ୍ତ ଟିଭି ଚ୍ୟାନେଲ ଏବଂ ଲୋକାଲ କେବୁଲ ଚ୍ୟାନେଲ ଦ୍ବାରା ପ୍ରସାରିତ କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ପଦକ୍ଷେପ ନେଇଛନ୍ତି ।

ମେ’ ମାସ ୧ ତାରିଖରୁ ବିଭାଗ ଓ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି। ଏହି କଣ୍ଟ୍ରୋଲ୍ ରୁମ୍ ଦାୟିତ୍ଵରେ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ରହିବେ। ଜୁନ୍ ୧୮ ଓ ୧୯ ତାରିଖରେ ପ୍ରତ୍ୟେକ ବର୍ଷ ଭଳି ସମସ୍ତ ଜିଲ୍ଲା ସଦର ମହକୁମା, ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ, ବ୍ଲକ ସ୍ତରରେ ଓ ବାତ୍ୟା ମକ୍‌ଡ୍ରିଲ ଅନୁଷ୍ଠିତ ହେବ। ୩୧୭ଟି ଫାୟାର ଷ୍ଟେସନଗୁଡ଼ିକରେ ଆବଶ୍ୟକୀୟ ସନ୍ଧାନ ଓ ଉଦ୍ଧାର ଉପକରଣ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ତାଲିମପ୍ରାପ୍ତ ଅଧିକାରୀମାନେ ଅବସ୍ଥାନ କରିଛନ୍ତି।

ଏନ୍‌ଡିଆରଏଫ ତୃତୀୟ ବାଟାଲିୟନରେ ୧୭ଟି ଟିମ୍ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ୧୬ଟି ଟିମ ମୁଣ୍ଡଳୀଠାରେ ଏବଂ ଗୋଟିଏ ଟିମ ବାଲେଶ୍ବର ଠାରେ ଅବସ୍ଥାପିତ ଅଛନ୍ତି। ଏହି ଏନଡିଆରଏଫ ଟିମ୍ ଓସଡମା ଏବଂ ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ ସହ ସମନ୍ଵୟ ରଖ୍ କାର୍ଯ୍ୟ କରୁଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ୍‌ ଟିମ୍ ନିୟୋଜିତ ପାଇଁ ସେମାନଙ୍କର ବ୍ୟବହୃତ ଗାଡିକୁ ବିଡିଓ ତହସିଲଦାରମାନେ ଆବଶ୍ୟକୀୟ ତେଲ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ।

ସେହିପରି ୮୭୯ ଟି ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଉଛି। ଏହି ଆଶ୍ରୟସ୍ଥଳୀ ଗୁଡିକରେ ଥିବା ବିଭିନ୍ନ ଆପଦକାଳୀନ ଉପକରଣ ଓ ଯନ୍ତ୍ରପାତି ଏବଂ ଲାଇଟ୍ ଓ ଜେନେରେଟର ଗୁଡିକୁ ଯାଞ୍ଚ କରିବା ପାଇଁ ଓସଡମାକୁ ନିର୍ଦ୍ଦେଶ ଦିଆଯାଇଅଛି । ଆଶ୍ରୟସ୍ଥଳୀ ମାନଙ୍କରେ ଥିବା ଟାୱାର ଲାଇଟ୍ର କାର୍ଯ୍ୟକ୍ଷମ ଉପରେ ଯାଞ୍ଚ କରି ସଚଳ ଟାୱାର ଲାଇଟ୍‌ ଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ପାଇଁ ଓସଡମାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳ ସମ୍ପଦ ବିଭାଗ ଠିକ୍ ସମୟରେ ବନ୍ୟାର ପୂର୍ବାନୁମାନ, ବିଭିନ୍ନ ନଦୀ ପ୍ରଣାଳୀର ଜଳସ୍ତର ଏବଂ ଜଳ ପ୍ରବାହ ଏବଂ ଜଳଭଣ୍ଡାରର ସୁପରିଚାଳନା କୁ ନିଶ୍ଚିତ କରିବେ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ଵାସ୍ଥ୍ୟ ଓ ଯୋଜନା ପ୍ରସ୍ତୁତ କରିବେ।

Leave A Reply

Your email address will not be published.