ରାଜ୍ୟରେ ୧୫ ବରିଷ୍ଠ ଓଏଏସଙ୍କ ପଦୋନ୍ନତି

0

ଭୁବନେଶ୍ୱର, ୧୯।୬: ରାଜ୍ୟ ସରକାର ୧୫ଜଣ ବରିଷ୍ଠ ଓଏଏସ (ଓଡ଼ିଶା ପ୍ରଶାସନିକ ସେବା) ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୬ ଜଣ ବରିଷ୍ଠ ଓଏଏସଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେମାନେ ହେଲେ ମୁଖ୍ୟ ସଚିବଙ୍କ ଓଏସଡି ଦିଲ୍ଲୀପ ରାଉତରାୟ, ସୂର୍ଯ୍ୟମାଧବ ପାଣିଗ୍ରାହୀ, ସରୋଜ କୁମାର ପଟେଲ, ସୁମନ ବେହେରା, ସୁଧାକର ବୁର୍ଗି, ଡ. ଉଦ୍ଧବ ଚନ୍ଦ୍ର ମାଝୀ । ସେହିପରି ୯ଜଣ ଓଏଏସ୍‌ଙ୍କୁ ଉଚ୍ଚ ପ୍ରଶାସନିକ ପାହ୍ୟା ପଦକୁ ପଦୋନ୍ନତି ମିଳିଛି । ସେମାନେ ହେଲେ ସନ୍ତୋଷ କୁମାର ଦାଶ, ଅନୀଲ କୁମାର ପଟ୍ଟନାୟକ, ମଧୁସୂଦନ ଦାସ, ପ୍ରେମଜିତ ନାୟକ, ଅରୁଣ କୁମାର ମହାପାତ୍ର, ନରହରି ସେଠୀ, ଯୁଗଳେଶ୍ୱରୀ ଦାସ, ମଞ୍ଜୁବାଳା ସ୍ୱାଇଁ ଓ ମଧୁମିତା ରଥ । ଏହି ୯ ଅଧିକାରୀ ବର୍ତ୍ତମାନ ଯେଉଁ ଦାୟିତ୍ୱରେ ଅଛନ୍ତି, ସେଥିରେ ହିଁ ରହି କାମ କରିବେ ।

Leave A Reply

Your email address will not be published.