୨୯ରେ ମଲ୍ଲିକାର୍ଜୁନ, ୩୦ରେ ରାହୁଲ ଗାନ୍ଧୀ ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିବେ: ପିସିସି ସଭାପତି

ଭୁବ‌ନେଶ୍ବର, ୨୮/୫:  ଅଖିଳ ଭାରତୀୟ ଜାତୀୟ କଂଗ୍ରେସ (ଏଆଇସିସି) ସଭାପତି ମଲ୍ଲକାର୍ଜୁନ ଖଡ୍‌ଗେ ଆସନ୍ତାକାଲି (୨୯ ତାରିଖ)ରେ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ। କଂଗ୍ରେସ  ନେତା  ରାହୁଲ ଗାନ୍ଧୀ ଆସନ୍ତା ୩୦ ତାରିଖରେ ଭଦ୍ରକର ରଣିତାଲ ପଡ଼ିଆକୁ ଆସିବେ। ଭଦ୍ରକ ଜିଲ୍ଲାରେ କଂଗ୍ରେସର ଲୋକସଭା ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ ଓ କଂଗ୍ରେସର ବିଧାନ ସଭା ପ୍ରାର୍ଥୀମାନଙ୍କ ପାଇଁ  ନିର୍ବାଚନ ପ୍ରଚାର ରେ ଆସିବେ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରକାଶ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଲେ କେନ୍ଦ୍ର ସରକାର ଯେଉଁ ୩୦ ଲକ୍ଷ ଶିକ୍ଷିତ ଯୁବକଙ୍କୁ ଚାକିରି ଦେବା ବୋଲି କହିଥିଲା ତାହା କୁଆଡ଼େ ଗଲା।  କଂଗ୍ରେସ ଚାଷୀଙ୍କ ପାଇଁ ବିଜେପି କୃଷକ ମାରଣ ନୀତିରେ ରହୁଥିବା ବେଳେ ଚାଷୀର ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯାଉନାହିଁ। କଂଗ୍ରେସ। କୃଷକଙ୍କ ଦୁଃଖ ବୁଝିବ  ବୋଲି  କହିଛି। ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯିବ ବୋଲି କଂଗ୍ରେସ କହୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା  ଦଳର ଉପସଭାପତି  ତାରା ବାହିନୀପତି ଯୋଗଦେଇ କହିଲେ, ଆଗାମୀ ଦିନରେ କଂଗ୍ରେସ  ଉପରେ ଲୋକେ ବିଶ୍ୱାସ କରିଛନ୍ତି। କଂଗ୍ରେସ ଲୋକଙ୍କ ସହିତ ଅଛି। ବିଜେଡ଼ି ବିଜେପି ଗୋଟିଏ ଦକ। ଏମାନଙ୍କ ମଧ୍ୟରେ ଭିଚରି ସମପରକ ରହିଛି। ତେଣୁ ଏହି ଦୁଇ ଦଳକୁ କେହି ଭୋଟ ଦିଆତ୍ନୁ  ନାହିଁ। କଂଗ୍ରେସକୁ ଭୋଟ ଦେଇ କ୍ଷମତାକୁ ଆଣିବାକୁ ଶ୍ରୀ ବହିନ ପତି କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଆଇସିସି ଅବଜରଭର ରବୀନ୍ଦ୍ର ଜି, ଲୋକସଭା ପ୍ରାର୍ଥୀ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ନଳିନୀକାନ୍ତ ମହାନ୍ତି, କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଦାସ, ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ଯୁବନେତା ବଳରାମ ରାଉତ, କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ପ୍ରମୁଖ ଯୋଗଦେଇଥିଲେ। କୃଷକଙ୍କର ଉତ୍ପାଦିତ ଧାନର ମୂଲ୍ୟ ବୃଦ୍ଧି କଂଗ୍ରେସ କରିବ ବୋଲି କହିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଲୁଟିଛନ୍ତି। ୨୫ ବର୍ଷରେ ଆମକୁ ଦାଦନ ଖଟି ଯିବାକୁ ପଡୁଛି। ନାରୀ ନିର୍ଯାତନା ବଢ଼ିଛି। ଶିଶୁ ନିର୍ଯାତନାର ଶିକାର ହେଉଛି।

ବିଜେପି-ବିଜେଡ଼ି ମିଳିତ ଭାବରେ ନିର୍ବାଚନ ଲଢ଼ି ଥିଲେ। ପୁଣି ମିଶିବେ। ବିଜେପିର ସବୁ କେନ୍ଦ୍ରୀୟ ବିଲ ଉପରେ ବିଜେଡ଼ି ସମର୍ଥନ କରିଛି। କଂଗ୍ରେସ ଯୁବକମାନଙ୍କୁ ପ୍ରତିଶ୍ରୁତି ଦେଇଛି ବେକାର ହଟାଇବା। କଂଗ୍ରେସ ଦୁଇଟି ହାତ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ମଦ ମାଂସ, ବାହୁବଳ, ସରକାରୀ କଳର ଅପବ୍ୟବହାରକୁ ନେଇ ତୀବ୍ର ବିରୋଧ କରିଛନ୍ତି। ସାଧାରଣ ଲୋକ ବିଜେଡ଼ିର ଗୁଣ୍ଡାରାଜାକୁ ଆଉ ଗ୍ରହଣ କରି ନାହାନ୍ତି। ମୁହଁ ଫେରାଇ ଲେନି ଭୋଟର।

Comments are closed.