ରାଇମୋହନଙ୍କ ଆତ୍ମହତ୍ୟା ଘଟଣା

ତନାଘନା କରୁଛି କମିସନରେଟ୍‌ ପୁଲିସ

0

ଭୁବନେଶ୍ବର ,୨୫।୬: ରାଇମୋହନଙ୍କ ରହସ୍ୟମୟ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ।  ଅଭିନେତା ରାଇମୋହନ ଆତ୍ମହତ୍ୟା ଉପରୁ ପରଦା ହଟାଇବା ପାଇଁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି। ପ୍ରାଚୀ ବିହାର ସ୍ଥିତ ରାଇମୋହନ ପରିଡା ବାସଭବନରେ କମିଶନରେଟ ପୋଲିସର ଏକ ମହିଳା ଟିମ୍ ପହଞ୍ଚିଛି। ରାଇମୋହନଙ୍କ ଦୁଇ ଝିଅ  ଓ ତାଙ୍କ ପତ୍ନୀ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା  କରାଯାଉଛିରାଇମୋହନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ?  କାହିଁକି ଆତ୍ମହତ୍ୟା କଲେ ରାଇମୋହନ? କେଉଁ ପରିସ୍ଥିତିରେ ଏଭଳି ଚରମ ନିଷ୍ପତ୍ତି ନେଲେ ରାଇମୋହନ?  କୌଣସି ପାରିବାରିକ ଅଶାନ୍ତି ଯୋଗୁଁ ଏଭଳି ଆତ୍ମହତ୍ୟା କଲେ କି ରାଇମୋହନ? ଏ ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରୁଛି କମିଶନରେଟ ପୋଲିସ।

Leave A Reply

Your email address will not be published.