ଜାନୁଆରି ୨୪ ନୁହେଁ ୨୩ରୁ ଆରମ୍ଭ ହେବ ଗଣତନ୍ତ୍ର ଦିବସ ପ୍ରସ୍ତୁତି ପର୍ବ

0

ନୂଆଦିଲ୍ଲୀ, ୧୫।୧: ଦେଶର ଗଣତନ୍ତ୍ର ଉତ୍ସବ ପାଳନକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ପ୍ରତିବର୍ଷ ଜାନୁଆରୀ ୨୪ରୁ ଦେଶରେ ଗଣତନ୍ତ୍ର ଦିବସ ପାଇଁ ଉତ୍ସବ ପାଳନ ଆରମ୍ଭ ହୋଇଥାଏ। ହେଲେ ଏଣିକି ୨୩ ତାରିଖରୁ ଜାନୁଆରୀ ୨୬ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଗଣତନ୍ତ୍ର ଉତ୍ସବ ସହ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀକୁ ସାମିଲ କରିଛନ୍ତି। ଏଥିପାଇଁ ୨୩ ତାରିଖରୁ ହିଁ ଗଣତନ୍ତ୍ର ଦିବସ ପାଇଁ ଉତ୍ସବ ପାଳନ ହେବ।

ପୂର୍ବରୁ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଥିଲେ। ଏବେ ଗଣତନ୍ତ୍ର ଦିବସ ଉତ୍ସବ ସହ ନେତାଜୀ ଜୟନ୍ତୀକୁ ପାଳନ କରି ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର ଅଗଷ୍ଟ ୧୪କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ, ଅକ୍ଟୋବର ୩୧କୁ ଜାତୀୟ ଏକାତା ଦିବସ(ସର୍ଦ୍ଦାର ପଟେଲଙ୍କ ଜନ୍ମ ତିଥି), ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସ(ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥି), ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଓ ଡିସେମ୍ବର ୨୬କୁ ବୀର ବଳ ଦିସବ(ଗୁରୁ ଗୋବିନ୍ଦ ସିଂହଙ୍କ ୪ ପୁଅଙ୍କୁ ଶ୍ରଦ୍ଧାଞ୍ଜଳି) ଭାବେ ପାଳନ କରାଯିବ।

Leave A Reply

Your email address will not be published.